ପୋଲିସକୁ ମିଳିଲା ବଡ ସଫଳତା : ୩ ଅପରାଧୀ ଗିରଫ

ମାଲକାନଗିରି : ଚିତ୍ରକୋ‌ଣ୍ଡା ପୋଲିସକୁ ମିଳିଛି ବଡ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିବା ସହ ୩ ଜଣକୁ ଗିରଫ କରିଛି ଚିତ୍ରତକୋଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ିଶାର ମୋହନ ତ୍ରିବେଦୀ ଏବଂ ଆନ୍ଧ୍ରପ୍ରଦେଶର ଇତହାମ୍ ସେଠୀ ଭେଙ୍କଟ ରମଣ ଓ କୃପା ଭରମ୍ ତ୍ରିପାଲି । ହନୁମାନ ପଇସା ଆଳରେ ସ୍ଥାନୀୟ ଲୋକଙ୍କୁ ଠକୁଥିବା ଏବଂ ପଶୁ ଚମଡ଼ା ଓ ବନ୍ଧୁକ କାରବାର ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.