ଚାଷୀକୁ ଧାନର ଉଚିତ ମୂଲ୍ୟ ଦାବୀ : କଂଟାବାଂଜି ବିଜେପି ଦ୍ୱାରା ଇଂଦିରା ଛକରେ ୩ ଘଂଟିଆ ରାଜ୍ୟ ରାଜପଥ ନଂ.୪୨କୁ ଅବରୋଧ

କଂଟାବାଂଜି, (ମନିଶ କୁମାର ହଂସ) : ଚାଷୀକୁ ଉଚିତ ଧାନର ମୂଲ୍ୟ ଏବଂ କଟନି ଛଟନୀ ବନ୍ଧ କରିବା ସହିତ ମିଲରମାନଙ୍କ ଶୋଷଣରୁ ଚାଷୀକୁ ମୁକ୍ତ ରଖିବା ନେଇ ବିଜେପି ତରଫରୁ ଶନିବାର ଦିନ କଂଟାବାଂଜିରେ ରାସ୍ତାରୋକ କରାଯାଇଥିଲା । ସକାଳ ୧୧ ଟାରୁ ସ୍ଥାନୀୟ ଇଂଦିରା ଛକ ନିକଟରେ ବଲାଙ୍ଗିର-କଂଟାବାଂଜି- ବଙ୍ଗୋମୁଣ୍ଡା ରାଜ୍ୟ ରାଜପଥ ନଂ. ୪୨କୁ ଇଂଦିରା ଛକ ନିକଟରେ ଅବରୋଧ କରି ବିଜେପିର କର୍ମୀମାନେ ରାସ୍ତାରେ ବସିଥିଲେ । ଫଳରେ ଇଂଦିରାଛକ ନିକଟରେ ଗୁଡିଘାଟ, ବଂଗୋମୁଣ୍ଡା ଓ ବଲାଙ୍ଗିରକୁ ସଂଯୋଗ କରୁଥିବା ରାଜପଥ ଦିନ ୧ଟା ଯାଏ ଅବରୋଧ ଥିବାରୁ ଯାନବାହାନ ଯାତାୟତରେ ଅସୁବିଧା ହୋଇଥିଲା । ବିଜେପି ଜିଲ୍ଲା ସଂପାଦକ ତଥା ବିଧାୟକ ପ୍ରାର୍ଥି ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ବିଜେପି ଟାଉନ ସଭାପତି ବେଦବ୍ୟାସ ନାଗ, ଖଗସା ସରପଂଚ ସୁଦର୍ଶନ କଟା, ଲମ୍ବୁ ହଂସ, ଚୈତନ ହଂସ ସହ କର୍ମୀମାନେ ସାମିଲ ଥିଲେ । ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.