
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା’ ଠାକୁରାଣୀ ମନ୍ଦିର । ଏଥି ପାଇଁ ବୁଧବାର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଭୂମି ପୂଜା କରିଛନ୍ତି । ଭୂମିପୂଜନ ବେଳେ ସମିତି ସଭ୍ୟାଙ୍କ ପ୍ରତିନିଧି ଲିଙ୍ଗରାଜ ମହାପାତ୍ର, ମଣ୍ଡଳ ସଭାପତି ଟୁକୁନା ସାହୁ, ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା, ନିରଞ୍ଜନ ନାହାକଙ୍କ ସମେତ ଗ୍ରାମ ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସାହିରେ ଠାକୁରାଣୀ ମନ୍ଦିର ନିର୍ମାଣ ହେବ । ହରିଜନ ସାହି ବାସିନ୍ଦାଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି । ଏଥିପାଇଁ ବିଧାୟକଙ୍କୁ ସାହିବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।
