csstore

ଆପ୍‌ ପକ୍ଷରୁ ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଆମ ଆଦିମ ପାର୍ଟି (ଆପ୍‌) ପକ୍ଷରୁ ପିପିଲି -ଡେଲାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଆପ୍‌ର ନୂତନ କାର୍ଯ୍ୟାଳୟ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆପ୍‌ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର, ରବୀନ୍ଦ୍ର ଭରଦ୍ୱାଜ, ରାଜ୍ୟ ସହ ପ୍ରଭାରୀ, ସିଦ୍ଧାର୍ଥ ପରିଡା ରାଜ୍ୟ ଲିଗାଲ ସେଲ ଅଧକ୍ଷ, ସଞ୍ଜୀବ ମହାନ୍ତି ପୁରୀ ଜିଲ୍ଲା ସଭାପତି, ସତ୍ୟଜିତ ମହାନ୍ତି, ଜିଲ୍ଲା ସମ୍ପାଦକ, ସାରଦା ପ୍ରସାଦ ଦାଶ ଆପ ନେତା ପ୍ରମୁଖ ଯୋଗ ଦେଇ ଆପ୍‌ର ନୂତନ କାର୍ଯ୍ୟାଳୟ ଗୃହକୁ ଉଦଘାଟନ କରିଥିଲେ । ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଦଳକୁ ବୁଥ୍‌ ସ୍ତରରେ କିପରି ସୁଦୃଢ ଓ ସଶକ୍ତ ହୋଇପାରିବ ଏବଂ ଆଗାମୀ ପଂଚାୟତ ଓ ପୌରପରିଷଦ ନିର୍ବାଚନରେ ଲଢେଇ ନେଇ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଦଳୀୟ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଏଥିସହିତ ଖଣି ଖାଦାନ ଲୁଟ, ବାଲି ଚୋରି, ପଥର ଚୋରି, ପିସି କାରବାର, ବେକାରୀ ସମସ୍ୟା, ନାରୀନିର୍ଯ୍ୟାତନା, ଆଇନ ଶୃଙ୍ଖଳା ବପର୍ଯ୍ୟସ୍ତ, ତିନି ମାସ ହେଲା ଭତ୍ତା ଓ ଖାଉଟି ଚାଉଳ ନମିଳିବା, ପାନୀୟ ଜଳ ସମସ୍ୟା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ କ୍ଷେତ୍ରରେ ଅବବ୍ୟବସ୍ଥା, ବିଶ୍ୱନାଥ ପାହାଡ଼, ଅରାଗଡ଼ ବୌଦ୍ଧପୀଠ ବିକାଶରେ ଅବହେଳା ନେଇ ପ୍ରତିବାଦ କରିଥିଲେ । ଆଗାମୀ ଦିନରେ ଏନେଇ ଦଳ ପକ୍ଷରୁ ଘୋର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଓ ଲିଗାଲ ସେଲ ଅଧକ୍ଷ ସିଦ୍ଧାର୍ଥ ପରିଡା ମତବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.