csstore

ଟିଟିଲାଗଡ ଲାୟନ୍ସ କ୍ଲବର ମହିଳା ସଦସ୍ୟାଙ୍କୁ ନେଇ ଫୁଡ ଫିଏଷ୍ଟା ୨୦୨୬ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ୍ ସଦାବେଳେ କିଛି ନା କିଛି ନୂତନ କାର୍ଯ୍ୟ ହାତକୁ ନେଇଥାଏ । ବର୍ଷ ତମାମ ସାମଜିକ କାର୍ଯ୍ୟ କରୁଥିବା ବେଳେ ଚଳିତ ବର୍ଷ ଦ୍ୱିତୀୟ ଥର କ୍ଲବର ମହିଳା ସଦସ୍ୟାଙ୍କୁ ନେଇ ଫୁଡ଼ ଫିଏଷ୍ଟା ୨୦୨୬ ଆୟୋଜିତ କରାଯାଇଛି । ଆଳୁକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ନିଜର ସୁସ୍ୱାଦୁ ଖାଦ୍ୟ ପରିବେଷଣ କରିଥିଲେ ପ୍ରତିଯୋଗୀ । ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ସୁରେଶ ପୋପଟ ଚନ୍ଦ୍ରିକା ପଟ୍ଟନାୟକ, ଗୋବିନ୍ଦ ଛୁରା ଆସି ଖାଦ୍ୟ ଚାଖି କୃତି ପ୍ରତିଯୋଗୀଙ୍କୁ ଅଙ୍କ ପ୍ରଦାନ କରିଥିଲେ । ତା ସହ କ୍ଲବର ପରିବାର ସଦସ୍ୟମାନେ ଆସି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ପାଇଁ ଆସି ଛିଡ଼ା ହେବା ସହ ଖାଦ୍ୟ ଖାଇଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ କ୍ଲବ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ପ୍ରୋଜେକ୍ଟ ଡାଇରେକ୍ଟର ଲାୟନ୍ ଶ୍ରୀମତୀ ବିନ୍ଦୁ ସାହୁ ଦାୟିତ୍ଵ ତୁଲାଇଥିଲେ । ଯିଏ ଭଲ ଖାଦ୍ୟ ପ୍ରସ୍ତୁତ କରି ସୁନ୍ଦର ଭାବରେ ପରଷିଥିଲେ । ସେହି ଅନୁଶାରେ ପ୍ରଥମ ପୁରସ୍କାର ରିଙ୍କି ପୃଷ୍ଟୀ, ଦ୍ୱିତୀୟ ରେଖା ଅଗ୍ରୱାଲ ଓ ତୃତୀୟ ପୁରସ୍କାର ବବିତା ଶର୍ମା ହୋଇଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କୁ ସାନ୍ତନା ମୂଳକ ପୁରସ୍କାର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ବିଭିନ୍ନ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.