
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ତା) : ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନକଲ୍ୟାଣ ମୂଳକ ଯୋଜନା ଓ ଶାସନ ଉପରେ ଆସ୍ଥା ପ୍ରକଟ କରି ବିଭିନ୍ନ ଦଳ ଛାଡି ଭାଜପାରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜ ଭାଜପା ଉତ୍ତରୀୟ ପ୍ରଦାନ କରି ନିଜ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବ ତୃଣ ମୂଳ ସ୍ତରରେ ଆହୁରି ସୃଦୃଢ଼ କରିବ ବୋଲି ବିଧାୟକ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ଦଳ ଛାଡି ପଚାଶରୁ ଅଧିକ ମହିଳା ପୁରୁଷ ଭାଜପାରେ ମିଶିଥିଲେ । ମିଶ୍ରଣ ପର୍ବରେ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ଭାଜପା ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡି, ବିଧାୟକ ପ୍ରତିନିଧି ମାନସ ନାହାକ, ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ପୂର୍ବତନ ମଣ୍ଡଳ ସଭାପତି କାନ୍ତରି ଦଳାଇଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
