csstore

ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ପଦ୍ମପୁର ଉପଖଣ୍ଡ ପାଇକମାଲ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦ ସଭାପତି ଗୋବର୍ଦ୍ଧନ ଭୋଇ ଯୋଗଦେଇ କାର୍ଯ୍ୟକ୍ରମକୁ ଫିତାକାଟି ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ଯୋଜନା ଯଥା ମତ୍ସ୍ୟ, ପଶୁ ପାଳନ, ସ୍ୱଚ୍ଛ ଭାରତ ଅଭିଯାନ, ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ହେଉଥିବା ଯୋଜନା, ବ୍ଲକ ଦ୍ଵାରା ହେଉଥିବା ଯୋଜନା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ସ୍ୱତନ୍ତ୍ର ଉନ୍ନୟନ ବୋର୍ଡ଼ ସଭାପତି ଶ୍ରୀ ଭୁଏ, ବିଭାଗୀୟ ଅଧିକାରୀ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ଦିଶ୍ରୀ, ବିଜେପି ସାଧାରଣ ସଂପାଦକ ସରୋଜ ସାମଲ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂ ବରିହା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉପରେ ସରକାରୀ ଯୋଜନା ଗୁଡ଼ିକର ଆଲୋକପାତ କରିଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାମରେ ଲୋକେ କ’ଣ କ’ଣ ଲାଭ ପାଉଛନ୍ତି ସେନେଇ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଶେଷରେ ପାଇକମାଲ ବିଡ଼ିଓ ଶ୍ରୀ ଓଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.