
- ପାରା ବ୍ୟାଡ଼ମିଣ୍ଟନରେ ଦୁଇଟି ସ୍ଵର୍ଣ୍ଣ ପଦକ ଗୋଟିଏ ରୌପ୍ୟ ପଦକ ହାସଲ କଲେ ଆକାଶ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ତୁର୍କୀରେ ଗତ ୧୮ ତାରିଖ ଠାରୁ ୨୧ ତାରିଖ ଯାଏ ଆୟୋଜିତ ହୋଇଥିବା ବିଶ୍ୱ ଦକ୍ଷତା ଯୁବ କ୍ରୀଡା ୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ ରଚିଛନ୍ତି । ଆକାଶ ପାରା ବ୍ୟାଡ଼ମିଣ୍ଟନ ପୁରୁଷ ଏକକ ଏବଂ ମିକ୍ସଡ଼ ଡବଲସରେ ଚମ୍ପିୟାନ ହୋଇ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ସେଭଳି ଅନ୍ୟ ଏକ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତକୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇ ଦେଶ, ରାଜ୍ୟ ତଥା କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଓଡ଼ିଶାର ଜଣେ ପ୍ରତିଭାବାନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ପୂର୍ବରୁ ମଧ୍ୟ ଅନେକ ଥର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉତ୍କର୍ଷ ପ୍ରଦର୍ଶନ କରି ଗୌରବ ଅର୍ଜନ କରିଛନ୍ତି । ଆକାଶଙ୍କ ଏହି ସଫଳତା ପାଇଁ ତାଙ୍କ ନିକଟକୁ ତାଙ୍କ ଶୁଭେଛୁ ମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।