
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ଟ୍ରଷ୍ଟର ଲୋଗୋ ଉନ୍ମୋଚନ ସୁଦପଡା କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ସୁଦପଡା ଶୀତଳଷଷ୍ଠୀ ମହୋତ୍ସବ ନାମଯଜ୍ଞ ସହଯୋଗ ସରିଲା ପରେ ୧୪ ଟି ବ୍ଲକରୁ ୧୦ଟି ସଂକୀର୍ତ୍ତନ୍ୟ ଦଳ ତଥା ୩୦୦ରୁ ଅଧିକ ସଂକୀର୍ତ୍ତନ୍ୟ କଳାକାରଙ୍କୁ ନେଇ ଉକ୍ତ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର, ନିମନ୍ତ୍ରିତ ଅତିଥି ଭାବରେ ସତ୍ୟନାରାୟଣ ଭୋଇ, ଗୁରୁ ପରମାନନ୍ଦ ମାଝି, ଦୁର୍ଗା ପ୍ରସାଦ ବେହେରା, ରାକେଶ ଦୋରା, ଅରୁଣ ରଣା ସହାୟତାରେ ଲୋଗୋ ଉନ୍ମୋଚନ କରାଗଲା । ଉକ୍ତ ଉତ୍ସବରେ ପ୍ରଭଞ୍ଜନ ମାଝି, ବିରଂଚି ମହାପାତ୍ର, ନରେନ୍ଦ୍ର ବାରିକ, ମାନିିନୀ ବାଗ, ମାର୍କଣ୍ଡ ବାଗ, ଗଦାଧର ଦଣ୍ଡସେନା, ବିଶି ବିଶ୍ୱାଳ, ବିଭିଷଣ ପୁଝାରି, ସହଦେବ ପଣ୍ଡା, ସୁଦାମ ସାହୁ, ଚୋଉବନ ବାଗ, ସୁଦାମ ବାଗ, ବନବିହାରି ପଟେଲ, ବାଞ୍ଛାବଟ ନାଏକ, ଗଜାନନ ଭାଟି, ସୁଲୋଚନା ବାଗ, ଉଜ୍ୱଳ ପଟେଲ, ପ୍ରଶନ୍ନ ଭଇଁସାଲ, ଅବନି ପ୍ରଧାନ, ଅରୁଣ ଖଡିଆ, ନରେନ୍ଦ୍ର ସାହୁ, ଦିଲୀପ ପାଣ୍ଡିଆ ସମେତ କାର୍ଯ୍ୟକର୍ତ୍ତା ସହିତ ୩୦୦ରୁ ଅଧିକ କଳାକାର ଉପସ୍ଥିତ ଥିଲେ । ପରିଶେଷରେ ସଂଘର ସଭାପତି ତଥା ରାଷ୍ଟ୍ର ସଂଗଠକ ଜିତେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।