jayashree

ଆନ୍ତର୍ଜାତିକ ଯୋଗ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସର ପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଶବରୀ ନାରାୟଣ ଧର୍ମଶାଳା ଇନ୍ଦିରା ନଗର ବଲାଙ୍ଗିର ଠାରେ ଆଜି ତା ୨୧.୦୬.୨୦୨୬ ଦିନ ସକାଳ ୫.୩୦ ଘଟିକା ସମୟରେ ଦ୍ଵାଦଶତମ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧାଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ସର୍ବପ୍ରଥମେ ସମ୍ପାଦକ ବୃଷଭ ସା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଯୋଗ ଗୁରୁ ପୁରୁଷୋତ୍ତମ ଦାସ ଓ ବିଜୟ କୁମାର ସାହୁ ସଂଘର ଉପସ୍ଥିତ ସଦସ୍ୟମାନଙ୍କୁ ଯୋଗ ପ୍ରଦାନ କରିବା ସହିତ ଯୋଗର ଆବଶ୍ୟକତା ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେଇଥିଲେ । ଏହି ଯୋଗ ଶିବିରରେ ମଧୁ ମିର୍ଦ୍ଧା, ବୃଷଭ ସା, ଲକ୍ଷମିନ୍ଦ୍ର ପୁଟେଲ, ରମାକାନ୍ତ ପାଣିଗ୍ରାହୀ, ନୀଳମଣି ପଟେଲ, ଯଜ୍ଞକର ବାରିକ, ପ୍ରସନ୍ନ କୁମାର ପୁରୋହିତ, ବୃନ୍ଦାବନ ରଣା, ଯଥା ବିଶ୍ୱାଳ ଓ ସୁବ୍ରତ କୁମାର ନାଏକ ଉପସ୍ଥିତ ଥିଲେ । ଶେଷରେ ନୀଳମଣି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.