jayashree

ଏବିଏସ୍‌ଏସ୍ ପକ୍ଷରୁ ୩୮ତମ ଶୀତଳଷଷ୍ଠୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଏବିଏସ୍‌ଏସ୍ ପକ୍ଷରୁ ୩୮ତମ ଏବିଏସ୍‌ଏସ୍ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି । ଶନିବାର ଦିନ ମହାସମାରୋହରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବାବା ଓ ମାତା ପାର୍ବତୀଙ୍କର ଯାତ୍ରା ପରିସମାପ୍ତି ଘଟିଛି । ଏଥର ଏବିଏସ୍‌ଏସ୍ ପକ୍ଷରୁ ଆୟୋଜିତ ମହାଆଳତି ଦର୍ଶକଙ୍କ ବେଶ ମନମୋହିଥିଲା । ସେହିପରି ଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କୋଲକତାର ଡ୍ୟାନ୍ସ ଗୃପ, ଚାର୍ଲି ଚାପଲିନ, ମୟୂରୀ ନୃତ୍ୟ, ନୃସିଂହ ଅବତାର, ହନୁମାନ ମେଢ, ଜଗନ୍ନାଥ ମେଢ, ଘଣ୍ଟବାଦ୍ୟ ପ୍ରମୁଖ ଯାତ୍ରାକୁ ଆହୁରି ମନୋଲୋଭା କରିଥିଲା । ଏଥର ମହାଦେବ ଦେବୀଙ୍କ ଚାନ୍ଦି ମେଢ ବିଶେଷ ଆକର୍ଷଣ ପାଲଟିଥିଲା । ଯାତ୍ରାରେ ଏବିଏସ୍‌ଏସ୍‌ର ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ଥିବାବେଳେ ସଭାପତି ସମୀର ସାହାଣୀ ଓ ସମ୍ପାଦକ ସତ୍ୟ ନାରାୟଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.