
ବଲାଙ୍ଗିର, (କେପିଏନ୍ଏସ୍) : ଅନ୍ତର୍ଜାତୀୟ ଯୋଗ ଦିବସ ହେତୁ ଆଦ୍ୟ ତାରିଖ ୨୦.୬.୨୦୨୬ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା । ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଦୁଇ ନମ୍ବର ଗେଟ ଠାରେ ହୋଇଥିଲା । ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନର ଯୋଗ ଶିକ୍ଷକ ବିରଞ୍ଚି ଗହୀର ଓ ସହଦେବ ଧରୁଆଙ୍କ ତତ୍ୱାବଧାନରେ ଅନୁଷ୍ଠାନର ସଭାପତି ସୀତାରାମ ଦାଶ ସମ୍ପାଦକ ହାୟୁମ ମହମ୍ମଦ କୋଷାଧ୍ୟକ୍ଷ ନୀଳକଣ୍ଠ ମେହେର, ମୁଖ୍ୟ ପରାମର୍ଶ ଦାତା ଆନନ୍ଦ ଚନ୍ଦ୍ର ବେହେରା, ଅଚ୍ୟୁତାନନ୍ଦ ରାଉତ୍, ବିକାଶ କୁମାର ପଟେଲ୍, ମୁନେଶ କେଜ୍ରିୱାଲ, କାମେଶ୍ୱର ମହାଳିକ, ଅନ୍ତର୍ଯ୍ୟାମୀ ଦାଶ, ମନୋଜ କୁମାର ବାରିକ୍, ଆନନ୍ଦ ଚନ୍ଦ୍ର ସାଏ, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ରୁଣା କୁମାର ଗୌଡ଼ ପ୍ରଣତି ବେହେରା, ବିନତୀ (ଦୁଇ ଜଣ) ଚୁନେଶ୍ୱରୀ, ମାନିନୀ, ରୋଜି ରାଣୀ, ଅନିତା, ପ୍ରଭାସିନୀ, ବାସନ୍ତୀ ଆଦି ଯୋଗୀ ପରିବାର ସାମିଲ ହୋଇ କାର୍ଯ୍ୟକୁ ସଫଳ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ଆସନ୍ତା କାଲି ବିଶ୍ୱ ଯୋଗ ଦିବସ ପାଳନ ହେତୁ ପରିବେଶ ସ୍ୱଚ୍ଛ ରହିଲେ ଆମେ ସମସ୍ତେ ସୁସ୍ଥ ରହିବା ଏହି ମହତ୍ ଉଦ୍ଦେଶ୍ୟକୁ ଜାରୀ ରଖିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା । ଶେଷରେ ସହଦେବ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଦେଇ, କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।