jayashree

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟରେ ବିଜେପି ସରକାର ତାର ଦ୍ୱିତୀୟ ବର୍ଷ ପୂରଣ କରିଛି । ନିଜ ସରକାରର ଦୁଇ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଥିବା ବେଳେ କେସିଙ୍ଗା ବ୍ଲକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାସନ କାର୍ଡ ହିତାଧିକାରୀଙ୍କୁ ନୂତନ ଭାବେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ରାସନ କାର୍ଡ ବଣ୍ଟନ କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାସନ କାର୍ଡ ହିତାଧିକାରୀମାନଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ମିଳୁଥିବା ବେଳେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମୁଣ୍ଡପିଛା ଆଉ ୫ କେଜି ଚାଉଳ ଅଧିକ ମିଳିବ । ଯାହାକୁ ନେଇ ହିତାଧିକାରୀମାନେ ଖୁସିବ୍ୟକ୍ତ କରିବା ସହ ଲୋକଙ୍କ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଅନୁଯାୟୀ କେସିଙ୍ଗା ବ୍ଲକର ପ୍ରାୟ ୩୦ ହଜାର ହିତାଧିକାରୀ ଓ କେସିଙ୍ଗା ଏନ୍‌ଏସିର ୩ ହଜାର ୬ ସହ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭ ପାଇବେ ।

Leave A Reply

Your email address will not be published.