jayashree

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୂମାଭଟା ଗ୍ରାମ ପଞ୍ଚାୟତର କଲଚିକଚା ଗାଁରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସମସ୍ୟାକୁ ନେଇ ଗ୍ରାମବାସୀ ପୂର୍ବରୁ ବେଲପଡ଼ା ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ସାକ୍ଷାତ କରି ନିଜ ଦୁଃଖ ଜଣାଇଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ଏକତ୍ରିତ ହୋଇ ଧୂମାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରପଞ୍ଚ, ପିଇଓ ଓ ବିଡିଓ ପରସ୍ପର ଉପରେ ଦୋଷ ଲଦୁଥିବା ବେଳେ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି । ତୁରନ୍ତ ପାଣି ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.