
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସପ୍ତାହ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଅଭିନବ ଦ୍ଵିତୀୟ ଓଡ଼ିଶୀ ପ୍ରଶିକ୍ଷଣ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ପନ୍ଦର ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଖ୍ୟାତନାମା ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁଶ୍ରୀ ମମତା ବରିହା ଏହି କାର୍ଯ୍ୟକ୍ରମର ପ୍ରଶିକ୍ଷିକା ଭାବେ ଯୋଗ ଦେଇଥିଲେ । କର୍ମଶାଳାର ସଫଳ ଆୟୋଜନରେ ରମେଶ ଗୁର୍ଲା, ଆଶିଷ କୁମାର ବୈକାର ଏବଂ ସାମ୍ବାଦିକ ଗୋପବନ୍ଧୁ ଶିକା, ଅଶୋକ ବହିଦାର, ରାଜେଶ ଗୁର୍ଲା, ମାଧବ ବରିହା, ଦିନବନ୍ଧୁ ବାରିକ ସହଯୋଗ କରିଥିଲେ । ଶେଷ ଦିନରେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟରୁ କର୍ମଶାଳାର ସଫଳତା ବାରି ହେଉଥିଲା । ଉଦଯାପନୀ ଉତ୍ସବରେ ଏସ.ଡ଼ି.ପି.ଓ ପାଣ୍ଡବ ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କେଶରଞ୍ଜନ ପ୍ରଧାନ, ଦ୍ୱାଦଶ ପ୍ରଧାନ ଓ ଅର୍ଜୁନ ମହାନ୍ତି ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ରାଜେନ୍ଦ୍ର କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଉଦ୍ଧବ ଘିବିଲା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ମମତା ବରିହାଙ୍କ ନିଜସ୍ୱ ଉଦ୍ୟମରେ ଗତ ବର୍ଷ ମଧ୍ୟ ଏ ଭଳି କର୍ମଶାଳାର ସଫଳ ଆୟୋଜନ କରାଯାଇଥିଲା ।