jayashree

ବନ ଅଧିକାର ଆଇନ କାର୍ଯ୍ୟକାରୀ ଦାବିରେ ତହସିଲଦାରଙ୍କୁ ସ୍ମାରକପତ୍ର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକର ଆଦିବାସୀ ଓ ଅଣଆଦିବାସୀ ପାରମ୍ପରିକ ଜଙ୍ଗଲବାସୀଙ୍କୁ ବନ ଅଧିକାର ଆଇନ-୨୦୦୬ ଅନୁଯାୟୀ ପଟ୍ଟା ପ୍ରଦାନ, ଜଙ୍ଗଲ ବସତିକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ଓ ଏଫ୍‌ଆର୍‌ଏ ସେଲ୍‌କୁ ପୁନଃ ସକ୍ରିୟ କରିବା ଦାବିରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ କଣ୍ଟାବାଞ୍ଜି ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ୭ ଦଫା ଦାବି ଉପସ୍ଥାପନ କରାଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ, ଲମ୍ବିତ ଆଇଏଫ୍‌ଆର୍‌ ଓ ସିଏଫ୍‌ଆର୍‌ ଦାବିର ସମାଧାନ, ଜଙ୍ଗଲ ବସତିକୁ ରାଜସ୍ୱ ଗ୍ରାମର ମାନ୍ୟତା ଓ ବିକାଶମୂଳକ ସୁବିଧା ଯୋଗାଇବାକୁ ଦାବି କରାଯାଇଛି । ଅରୁଣ କୁମାର ତାଣ୍ଡି, ବିକାଶ କୁମାର ବେହେରା ଓ କୁଶଧର ମାଝୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.