pr

ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ଡା. ପି. ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

dr. purohit

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସୁନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ଜଣେ ଜଣାଶୁଣା ସମାଜସେବୀ ଡା. ପି. ସି. ସାହୁ ଓ ପତ୍ନୀ ପୁଷ୍ପାଞ୍ଜଳି ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହିଲପାଟଣାସ୍ଥିତ ସିଦ୍ଧ ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ଉଲ୍ଳେଖ କରାଯାଇପାରେ, ସ୍ୱର୍ଗତ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପାର୍ଥବ ଶରୀରକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଦାନ କରାଯାଇଥିଲା । ଏଭଳି ବ୍ୟକ୍ତି ଜଣେ ସମାଜରେ ବିରଳ ବୋଲି କୁହାଯାଇଥିଲା । ତାଙ୍କ ଦୁଇ ପୁଅ ଇଂ. ଲଲାଟେନ୍ଦୁ ସାହୁ ଓ ଡା. ବିଭୁଦେନ୍ଦୁ ସାହୁ ଓ ପରିବାର ବର୍ଗଙ୍କ ସମେତ ବରିଷ୍ଠ ଡାକ୍ତର ରବି ଶତପଥୀ, ଡା. ସୁରେଶ ମିଶ୍ର, ଦୈନିକ ଆଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ଡା. ମିହିର ଦାସ, ଡା. ଅମୂଲ୍ୟ ମିଶ୍ର, ଡା. ଭାରତୀ ମିଶ୍ର, ପ୍ରଫେସର ମଦନ ମିଶ୍ର, ପ୍ରବୀଣ ରଥ, ହରେକୃଷ୍ଣ ଦଳେଇ, ବିଏନଆର ସୁବୁଦ୍ଧି, ସୁର କିଶୋର ମିଶ୍ର, କମଳାକାନ୍ତ ପାଣିଗ୍ରାହୀ, ବରିଷ୍ଠ ଅଧିକାରୀ ଈଶ୍ୱର ସାହୁ, ସଦାଶିବ ସାହୁଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ସମାଜସେବା କ୍ଷେତ୍ରରେ ସ୍ୱର୍ଗତ ସାହୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.