
ବ୍ରହ୍ମପୁର, (କେପିଏନ୍ଏସ୍) : ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଂଚ ସଂଗଠନର ଏକ ଜରୁରୀ ବୈଠକ ନବୀନ ଭବନ ଠାରେ ସଂଗଠନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ସାଧାରଣ ସମ୍ପାଦକ ରମାକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ଗ୍ରାମପଞ୍ଚାୟତ ସରପଂଚ ଚାମେଲି ଓଝାଙ୍କ ପ୍ରତି ମହାକାଳପଡ଼ା ବିଧାୟକଙ୍କ ଇସାରାରେ ସ୍ଥାନୀୟ ବିଡିଓ ଓ ସ୍ଥାନୀୟ ପୋଲିସ ଯେଉଁଭଳି ଭାବେ ଦୁଃବ୍ୟବହାର କଲେ ସେ ସମ୍ପର୍କରେ ସୂଚନା ଦେଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟ ସରକାର ଏହି ଘଟଣାରେ ନିରବ ରହିବା ଏକ ଅତ୍ୟନ୍ତ ପରିତାପର ବିଷୟ ଅଟେ ବୋଲି ସଭାପତି ଶ୍ରୀ ରଥ ପ୍ରକାଶ କରି ରାଜ୍ୟର ସମସ୍ତ ସରପଞ୍ଚମାନେ ଏକାଠି ହେବା ପାଇଁ ଆହ୍ୱାନ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୀବନାନନ୍ଦ, ସରପଂଚ ଦଣ୍ଡପାଣି ବେହେରା, ସରପଂଚ ପ୍ରଦୀପ କୁମାର ପ୍ରଧାନ (ହିଞ୍ଜିଳି), ରଞ୍ଜନ କୁମାର ସାହୁ, ପବିତ୍ର ଚୌଧୁରୀ, ନିରଞ୍ଜନ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।