jayashree

ଶିଶୁ ମନର ବିକାଶ ପାଇଁ ଖଦ୍ୟୋତର ପ୍ରୟାସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ଠାରେ ଖଦ୍ୟୋତ ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଂଗୀତ ଗାନ ଓ ନାଚର ଆସର କରାଯାଇଥିଲା । ପାଠପଢା ସହ ମନକୁ ପ୍ରଫୁଲ୍ଲ କରିବା ପାଇଁ ଏହା ନିହାତି ଜରୁରୀ ବୋଲି ସଭାପତି ମନ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭ୍ୟ ଆନନ୍ଦ ଚନ୍ଦ୍ର ବଡପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବାରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରତିତ୍ତୋରରେ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ ସହ ତାହାକୁ ବଂଚାଇ ରଖିବା ଜରୁରୀ ସେ ବୋଲି କହିଥିଲେ । ଶିଶୁ ମନ୍ଦିରର ହର୍ଷିତା ସିଂ, ପବ୍ଲିକ ସ୍କୁଲର ଦିୟାଂଶି ମହାନ୍ତି, ମଣ୍ଟେଶୋରୀ ସ୍କୁଲର ସମର୍ପିତା ବାରିକ ପ୍ରମୁଖଙ୍କୁ ପ୍ରମାଣପତ୍ର ଓ ପଦକ ଦେଇ ଉତ୍ସାହିତ କରାଯାଇଥିଲା । ଉକ୍ତ ସଭାରେ ସଂପାଦକ ଆକୁଳ ବେହେରା, ଦିବାକର ହୋତା, ମାଲପଡା ନାଗରିକ କମିଟିର ସଭାପତି ଗୋପବନ୍ଧୁ ଶତପଥି, ସ୍ୱାସ୍ଥ୍ୟ ବିଭାଗର ଅସିଷ୍ଟାଣ୍ଡ ଡାଇରେକ୍ଟର ମୀନକେତନ ମାଝି, ସତ୍ୟନାରାୟଣ ସିଂଦେଓ, ସବିତା ବାରିକ, ସସ୍ମିତା ନେପାକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସହ ସଂପାଦକ ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.