
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଠାରେ ଆଜି ଚଉଷଠି ଯୋଗୀନି ସାହିତ୍ୟ କଳା ପରିଷଦର ସଭାପତି ଡ. ନାରାୟଣ ମିଶ୍ରଙ୍କର ସଭାପତିତ୍ୱରେ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ଲେଖକ ପରିଷଦର ଉପସଭାପତି ଭିକାରି ଚରଣ ମିଶ୍ର, ସମ୍ପାଦକ ସୁଶାନ୍ତ ବାଗ, ଦିଲୀପ କୁମାର ପଶାୟତ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ସଭାପତି ରଶ୍ମି ରଂଜନ ପୁଟେଲ, ନୀଳମଣି ସାହୁ ଓ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ । ଆସନ୍ତା ୨୧-୦୬-୨୦୨୬ରେ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ବିରାଟ ସଭା ଜିଲ୍ଲାସ୍ତରୀୟ ଆଲୋଚନା ଓ କବିତା ପାଠ ହେବା ପାଇଁ ସ୍ଥିରକୃତ କରାଯାଇଛି । ଏହି ସଭାଟି ବଙ୍ଗୋମୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ କବି ଲେଖକ ଉପସ୍ଥିତ ହେବେ ବୋଲି ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି । ବଙ୍ଗୋମୁଣ୍ଡାରେ ପ୍ରଥମ କରି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ କବି ଲେଖକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।