jayashree

ବଲାଙ୍ଗିର ଜିଲ୍ଲା ଏମବିଏମଏମର ସାଂଗଠନିକ ବୈଠକ : ସରୋଜ କୁମାର ମେଶ୍ଵା ଜିଲ୍ଲା ସଭାପତି ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୂଲନିବାସୀ ବହୁଜନ ମିଳିତ ମହାସଂଘ (ଏମବିଏମଏମ)ର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସ୍ଥାନୀୟ ସୁଦପଡାସ୍ଥିତ ଢୋଲମୁହୁରୀ କଳା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ମହାସଂଘର ସଭାପତି ତରଣୀସେନ ଦିପ ସଭାପତିତ୍ୱ କରିଥିଲେ । ବୈଠକରେ ସଂଗଠନର ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା । ଆଗାମୀ କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ପାଇଁ ଯୁବ ସଂଗଠକ ସରୋଜ କୁମାର ମେଶ୍ଵାଙ୍କୁ ସର୍ବସମ୍ମତି କ୍ରମେ ନୂତନ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇ ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଆଶାବ୍ୟକ୍ତ କରିଛନ୍ତି ଯେ, ଶ୍ରୀ ମେଶ୍ଵାଙ୍କ ନେତୃତ୍ୱରେ ଜିଲ୍ଲାରେ ଆମ୍ବେଦକର ବିଚାରଧାରା ଓ ସଂଗଠନ ଆହୁରି ଦୃଢ଼ ହେବ । ବୈଠକରେ ଦଣ୍ଡୁଆ କୁମ୍ଭାର, ଭୁବନ ନାଗ, ମଙ୍ଗଳୁ ତାଣ୍ଡି, ସୁନୀଲ ନନ୍ଦ, ନବସେତୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ, ଆର୍ତ୍ତ ବାଗ, ଜ୍ୟୋତିଷ ମୁଗ୍ରି, ତିଳକ ଛତ୍ରିଆ, ଐବନ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.