jayashree

ସୋମନାଥ ସ୍ୱାଭିମାନ ଯାତ୍ରାରେ ଗଞ୍ଜାମ ଜିଲ୍ଲାରୁ ୫୨ ଜଣ ତୀର୍ଥଯାତ୍ରୀଙ୍କ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ସୋମନାଥ ସ୍ୱାଭିମାନ ଯାତ୍ରା” ଅଭିଯାନରେ ଗଞ୍ଜାମ ଜିଲ୍ଲାର ୫୨ ଜଣ ତୀର୍ଥଯାତ୍ରୀ ଆଜି ସ୍ଥାନୀୟ ନୂଆବସଷ୍ଟାଣ୍ଡଠାରୁ ଆଜି ଗୁଜୁରାଟର ସୋମନାଥ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀମାନଙ୍କୁ ଶୁଭକାମନା ଜଣାଇଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କେର୍କେଟ୍ଟା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ‘ସୋମନାଥ ସ୍ୱାଭିମାନ ଯାତ୍ରା’ ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଏବଂ ଐତିହାସିକ ଗୁରୁତ୍ୱ ବହନ କରୁଥିବା ସୋମନାଥ ଧାମ ଦର୍ଶନର ସୁଯୋଗ ପାଇବେ । ତୀର୍ଥଯାତ୍ରୀମାନଙ୍କର ସୁବିଧାରେ ଯାତ୍ରା ଓ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ତୀର୍ଥ ଯାତ୍ରୀମାନେ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.