pr

ଜୁହାର୍ ପରିବାର ତରଫରୁ ଖାଦ୍ୟ ବଣ୍ଟନ

dr. purohit

ବିଶାଖାପାଟଣା, (କେପିଏନ୍‌ଏସ୍‌) : ଜୁହାର ପରିବାରର ବରିଷ୍ଠ ସଦସ୍ୟ ମନୋଜ ରଣାଙ୍କ ସହଯୋଗରେ ପ୍ରଥମ ଥର ତା.୧୪.୦୬.୨୦୨୬ରେ ଜୁହାର ପରିବାର ବିଶାଖାପାଟଣା ପରିଚାଳନାରେ “ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ” ବିଶାଖାପାଟଣାର ଭାନପ୍ରସ୍ତମ୍ ବୃଦ୍ଧାଶ୍ରମରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଚିତ୍ତରଞ୍ଜନ ପଣ୍ଡା, ସଭାପତି ମନୋଜ ବେହେରା, ସମ୍ପାଦକ ନିର୍ମଳ ନାୟକ, ବେଣୁଧର, ପ୍ରକାଶ, ମହେନ୍ଦ୍ର, ଶାନ୍ତ, ଶଙ୍କର, ବିଜେନ୍ଦ୍ର ସାହୁ, ସରୋଜ ମାଝୀ ଏବଂ ୩୦ରୁ ଅଧିକ ସଭ୍ୟ ଯୋଗଦେଇ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରିଥିଲେ । ବିଶାଖାପାଟଣା ଜୁହାର ପରିବାରର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ବିଶେଷ ପ୍ରଶଂସା ସହ ଶୁଭକାମନା ଦେଇଥିଲେ ।

nrusinghnath
Leave A Reply

Your email address will not be published.