pr

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ : ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର

dr. purohit

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ବର୍ଷ ୨୦୨୬ ନିମନ୍ତେ “ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ” ରେଭେନ୍ୟୁ ଡାକ ବଙ୍ଗଳା ସଭାଗୃହ ଠାରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଡ. କବିତା ବାରିକ ମୁଖ୍ୟବକ୍ତା, ଡ. ସ୍ମୃତି ପଟ୍ଟନାୟକ ନିମନ୍ତ୍ରିତ ବକ୍ତା, ଦାମୋଦର ପାତ୍ର ଓ ଦେବେନ୍ଦ୍ର କୁମାର ବାଉରୀ ସମ୍ମାନିତ ଅତିଥି ସହ ନିମନ୍ତ୍ରିତ ଅତିଥି ରୂପେ ବିଦେଶୀ ନାୟକ, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ସୁଧାଂଶୁ ଶେଖର ସାହୁ, ହୃଷୀକେଶ ଗୌଡ, ପ୍ରତୀକ୍ଷା ଜେନା ଯୋଗ ଦେଇଥିଲେ । ଡ. ରାଜେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱ ଏବଂ ଭାଗୀରଥି ବେହେରାଙ୍କ ସଂଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଲେଖିକା ଡଃ. କବିତା ବାରିକ ‘କଥାକାର ସମ୍ମାନ’, ଭଦ୍ରକରୁ ଗାଳ୍ପିକ ମେଜର ମନୋରଂଜନ ମହାନ୍ତି ଓ କେନ୍ଦୁଝରରୁ ଗାଳ୍ପିକା ସନ୍ତୋଷିନୀ ଗିରି “ଯୁବ ଗାଳ୍ପିକ ସମ୍ମାନ’, ଗଞ୍ଜାମର ଜିଲ୍ଲାର ଗାଳ୍ପିକା ସରୋଜିନୀ ‘ଗଳ୍ପ ପୁସ୍ତକ ସମ୍ମାନ’ରେ ସମ୍ମାନିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଗାଳ୍ପିକ ତ୍ରିନାଥ ବେହେରା, ଅନୁଗୁଳରୁ ଗାଳ୍ପିକା ଭୁବନେଶ୍ୱରୀ ମିଶ୍ର, କୋରାପୁଟରୁ ଡଃ. ସବିତା ଶତପଥୀ, କେନ୍ଦ୍ରାପଡାରୁ ଗାଳ୍ପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, ଭୁବନେଶ୍ୱରରୁ ଗାଳ୍ପିକ ଦାମୋଦର ପାତ୍ର, ମାଲକାନଗିରିରୁ ଗାଳ୍ପିକ ପ୍ରଦୀପ ସରକାରଙ୍କୁ “ଗଳ୍ପ ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କର କରକମଳରେ ଭଲ ଗଞ୍ଜାମ ୨୦୨୬ ସଂକଳନ ସହ ଭାଗୀରଥି ବେହେରାଙ୍କ ଗଳ୍ପ ସଂକଳନ ‘ଶୂନ୍ୟଗର୍ଭା’, ଡ. ରାଜେନ୍ଦ୍ର କୁମାର ବେହେରାଙ୍କ ହିନ୍ଦୀ ଉପନ୍ୟାସ ‘ଏକ ନଦୀ ଭିତର ଭି’ ଓ ଜ୍ୟୋସ୍ନା ରାଣୀ ଦେବୀଙ୍କ କବିତା ସଂକଳନ ‘ଜୀବନ ସଙ୍ଗୀତ’ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବକୁ ଆୟୋଜନ କରିବାରେ ସମ୍ପାଦକ ଧର୍ମାନନ୍ଦ ମହାରଣା, ଜୟନ୍ତୀ ବେହେରା, ସଂଧ୍ୟାରାଣୀ ଦେବୀ, ରବି ନାରାୟଣ ମିଶ୍ର ଆଦି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.