pr

ବଙ୍ଗୋମୁଣ୍ଡାରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର – ୩୬ ୟୁନିଟ ରକ୍ତ ସଂଗ୍ରହ

dr. purohit

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡାରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ମାରୱାଡି ଯୁବାମଞ୍ଚର ସଭାପତି ମନୁଆ ଅଗ୍ରୱାଲଙ୍କ ନେତୃତ୍ୱରେ ମାରୱାଡି ଯୁବାମଞ୍ଚର ରାଜ୍ୟ ସଭାପତି ଅଜୟ ଶର୍ମା ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ
ସ୍ୱେଚ୍ଛାକୃତ ରକ୍ତଦାତାମାନେ ରକ୍ତଦାନ କରିଥିବାରୁ କଣ୍ଟାବାଞ୍ଜି ବିଧାୟକ ତାଙ୍କର ପ୍ରଶଂସା କରିବା ସହ ଏହି ରକ୍ତଦାନ କରିଥିବା ମହିଳାମାନେ ଅନ୍ୟମାନଙ୍କ ପାଇଁ ଗୋଟିଏ ଉଦାହରଣ ବୋଲି ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରଚଣ୍ଡ ଖରାରେ ରକ୍ତର ଅଭାବ ଦେଖିବାକୁ ମିଳେ ରକ୍ତଭଣ୍ଡାରରେ ସେହି ସମୟରେ ଏହି ରକ୍ତଦାନ ପ୍ରାୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କଣ୍ଟାବାଞ୍ଜି ରକ୍ତଭଣ୍ଡାର କର୍ମଚାରୀ ଶିବକୁମାର ସାହୁ, ଗଜପତି ବେହେରା, ଗୁରୁବାରୁ ରଣା, ପ୍ରଶାନ୍ତ ସାହୁ, ପ୍ରଦୀପ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମହାମନ୍ତ୍ରୀ ଚେତନ ଟିପଦେବାଲ, ମାରୱାଡି ଯୁବା ମଞ୍ଚର ସମ୍ପାଦକ ଆନନ୍ଦ ଅଗ୍ରୱାଲ, କୋଷାଧ୍ୟକ୍ଷ ସଙ୍ଗମ ଜୈନ, ସଂଯୋଜକ ଅମନ ଜୈନ (କାହ୍ନା), ସୁମିତ ଜୈନ, ବିନୀତ ଅଗ୍ରୱାଲ, ଗୌତମ ଜୈନ, ଶୁଭମ ଅଗ୍ରୱାଲ ପ୍ରମୁଖଙ୍କ ସହ ବହୁ ସଦସ୍ୟମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.