ତୁରେକେଲା, (ପୁସ୍ତମ ଯୁଆଡି ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ କରୁଆଁମୁଣ୍ଡା ପଞ୍ଚାୟତ ସର୍ଗୁଲ୍ ଠାରେ ମାଁ ବସ୍ତ୍ରେନ୍ କ୍ରିକେଟ କ୍ଲବ୍ ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ପଞ୍ଚୁ ମାଝୀ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଜିତେନ୍ଦ୍ର ମାଝୀ, ମୋତିରାମ୍ ପଟେଲ, ଭୀଷ୍ମ ରଣା, ବୁଦ୍ଧି ସାଗର ବଉକ, ଭୋଦେବ ବନଛୋର୍, ନିରାକର ନାଏକ, ପରମେଶ୍ବର ନାଏକ, ଚମ୍ପେ ରଣା ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ୍ ଡୁମେରଚୁଆଁ ଓ ହିଆଲ ମଧ୍ୟରେ ହୋଇଥିଲା ।
ଡୁମେର୍ଚୁଆଁ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୯ ୱିକେଟ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ହିଆଲ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇ ଉପବିଜେତା ହୋଇଥିଲା । ମ୍ୟାନ୍ ଅଫ ଦ ମ୍ୟାଚ୍ ସୁଶାନ୍ତ ବିବେଚିତ ହୋଇଥିବା ଥିବା ବେଳେ ମ୍ୟାନ୍ ଅଫ ଦ ସିରିଜ୍ ଗଣେଶ ବିବେଚିତ ହୋଇଥିଲେ । ବିଜେତା ଦଳକୁ ୧୧୧୧୧ ଅର୍ଥ ରାଶି ସହ ଟ୍ରଫି ଓ ଉପ ବିଜେତା ଦଳକୁ ୫୫୫୫ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରା ଯାଇଥିଲା । ଚୂଡାମଣି ଓ ଯଜ୍ଞ ଖେଳ ପରିଚାଳନା କରିଥିବା ବେଳେ କ୍ଲବ୍ ର ସଭାପତି ପ୍ରହ୍ଲାଦ ନାଏକ, ସମ୍ପାଦକ କୁନା ବଉକ୍, କୋଷାଧ୍ୟକ୍ଷ ସୁଧୀର କୁମାର୍ ବଉକ୍, ରମେଶ, ମୁନ୍ନା, ସୁରଜ, ଆଶିଷ, କୃପା, ଯୁଗଳ, ଧନେ, ଦୀପକ, ବୁଲୁ, ଝୁନୁ, ବ୍ରଜ, ନୀତିସ, ହରିଶ, ସତ୍ୟ ଟେକ, ଝୁନା, ସନ୍ତୋଷ, ମୁଞ୍ଚୁ, ପିଣ୍ଟୁ, ଝସକେତନ ପ୍ରମୁଖ ସହଯୋଗ କରିଥିଲେ ।