ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ମୋଟର ଚାଳକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଂଘ ପକ୍ଷରୁ ଏକ ସଚେତନତା ରେଲି ହୋଇଯାଇଛି । ଏହି ରେଲିରେ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବିଭିନ୍ନପ୍ରକାରର ସ୍ଲୋଗାନ ଦେଇ, ଭେଡେନ ସହର ପରିକ୍ରମା କରି ସଂଘ କାର୍ୟ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଡ଼କ ସୁରକ୍ଷା ଅଭିଯାନରେ ଭେଡେନ ଚାଳକ ସଙ୍ଘର ସଭାପତି ଆନନ୍ଦ ଦଳେଇ ସଭାପତିତ୍ତ୍ୱ କରିଥିବା ବେଳେ ଅତିଥି ଭାବେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ, ଭେଡେନ ଥାନାର ଅଧିକାରୀ ହେମନ୍ତ ରାଓ ଯୋଗ ଦେଇଥିଲେ । ଏହା ସହିତ ବରଗଡ ମୋଟର ଚାଳକ ସଂଘର ସଭାପତି ନିରୋଜ ପୋଢ, ଜିଲ୍ଲା ସଂପାଦକ ଯୋଗେନ୍ଦ୍ର ଭୋଇ, ପୂର୍ବତନ ସଭାପତି ଶମ୍ଭୁ ଲୁହା, ଥୁଆପାଲି ମୋଟର ଚାଳକ ସଂଘର ସଭାପତି ପିଣ୍ଟୁ ପାଢ଼ୀ, ପପଂଗା ସଭାପତି ଶମ୍ଭୁ ଦୋରା, ଭେଡେନ ସଂଘର ସଭ୍ୟ ପରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ ଓ ହେଲମେଟ, ସିଟ ବେଲ୍ଟ ଆଦି ବ୍ୟବହାର କରିବା, ଟ୍ରାଫିକ ନିୟମ ମାନି ଯାନବାହାନ ଚଲେଇବା ଭଳି ସମସ୍ତ ନିୟମ ମାନିବା ଏବଂ ଅତିଥିମାନେ ସଡକ ସୁରକ୍ଷା ଉପରେ ଜନସାଧାରଣଙ୍କ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ କରିବାକୁ କହିଥିଲେ । ପରିଶେଷରେ ଭେଡେନ ସଂପାଦକ ଦୀନବନ୍ଧୁ ସରାଫ ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।