jayashree

ଗଁରେଇର ଜଣେ ଯୁବତୀଙ୍କୁ ପ୍ରେମ, ପ୍ରତାରଣା ଓ ଧୋକା : ଏବେ ସେ ଗର୍ଭବତୀ

  • ଜେଲ୍ ଗଲା ଅଭିଯୁକ୍ତ ପ୍ରେମିକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ, ପ୍ରତାରଣା ଓ ଧୋକା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତ ପ୍ରେମିକ ଜେଲ୍ ଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଜେଲ୍ ଯାଇଥିବା ଅଭିଯୁକ୍ତ ପ୍ରେମିକ ଜଣଙ୍କ ତୁରେକେଲା ଥାନା ମୁରିବାହାଲ ଗ୍ରାମର ଭିକ ନାଗଙ୍କ ପୁଅ ଡଗ୍ରେଶ୍ୱର ନାଗ (୨୩) ଓରଫ ରଞ୍ଜିତ୍ ବୋଲି ଜଣାପଡିଛି । ସଂପୃକ୍ତ ଯୁବତୀଙ୍କ ଏତଲା ଆଧାରରେ ସେ ନିଜ ପରିବାର ସହ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । ଅଭିଯୁକ୍ତ ଡଗ୍ରେଶ୍ୱର ମଧ୍ୟ ଦାଦନ ଶ୍ରମିକ ଭାବେ ସେହି ସ୍ଥାନକୁ ଯାଇଥିଲା । ସେଠାରେ ପ୍ରଥମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହେବା ସହ ଉଭୟେ ସେଠାରେ ଗୋଟିଏ ସ୍ଥାନରେ ସ୍ଵାମୀସ୍ତ୍ରୀ ଭାବରେ ରହୁଥିଲେ । ଦାଦନରୁ ଫେରିବା ପରେ ଉଭୟ ଗଁରେଇ ଗ୍ରାମରେ କିଛି ଦିନ ରହିବା ପରେ ଯୁବତୀଙ୍କୁ ଛାଡ଼ି ଯୁବକଜଣଙ୍କ ପୁଣି କାମ କରିଯାଉଛି କହି ସେଠାରୁ ଫେରାର ହୋଇଯାଇଥିଲା । ଯୁବତୀଜଣଙ୍କ ଯୁବକଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ ଆଉ ଫୋନ୍ ଉଠାଇନଥିଲେ କି ଧରାଛୁଆଁ ଦେଇନଥିଲେ । ଶେଷରେ ଗତ ୨୧/୦୫/୨୬ଦିନ ସେ ଯୁବକଙ୍କ ନାମରେ ମୁରିବାହାଲ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଯୁବତୀଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୯୭/୨୬ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ଡଗ୍ରେଶ୍ୱର ସେହିଦିନଠାରୁ ଫେରାର ଥିଲା । ସଂପୃକ୍ତ ଯୁବତୀଜଣଙ୍କ ଏବେ ଗର୍ଭବତୀ ଥିବା ଜଣାପଡ଼ିଛି । ବୁଧବାର ଅଭିଯୁକ୍ତ ପ୍ରେମିକ ପ୍ରବର ଡଗ୍ରେଶ୍ୱରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଭାରପ୍ରାପ୍ତ ଥାନା ଓଆଇସି ଅଭୟ କୁମାର ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.