jayashree

ସ୍ୱତନ୍ତ୍ର ସଂଘନ ସଂଶୋଧନ ନିମନ୍ତେ ମଦନପୁରରେ ସଚେତନତା ପଦଯାତ୍ରା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ପଞ୍ଚାୟତ ସମିତି ତରଫରୁ ବୁଧବାର ଦିନ ମଦନପୁରରେ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାଟିକୁ ସ୍କୁଲ ଛକରୁ ସ୍ୱାଗତ କରାଯାଇ ଡାକବାଜି ଯନ୍ତ୍ର ଏବଂ ଲିଫକେଟ ବଣ୍ଟନ କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିରେ ମ. ରାମପୁର ବିଡ଼ିଓ ଶରତ କୁମାର ସେଠୀ, ଜିପିଓ କୁଳମଣି ସିଂ ରାୟ, ସରପଞ୍ଚ କେତକୀ ଦଣ୍ଡିଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶନିଶ୍ଚର ସୁରଜ ସମସ୍ତ ବି.ଏଲ.ଓ., ଅଙ୍ଗନବାଡି କର୍ମଚାରୀ, ସମସ୍ତ ୱାର୍ଡ ସଭ୍ୟ, ମହିଳା ଗୋଷ୍ଠୀ, ପଞ୍ଚାୟତ କର୍ମଚାରୀ ଓ ଜନସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.