
ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କାରିଛପଲ, ଅଙ୍କୁରପାଲି, ଟଙ୍କାଟୋଲୀ ଅଞ୍ଚଳରେ ଚଢାଉ ସମେତ ବୀରମିତ୍ରପୁର ଥାନା, ହାତୀବାରି ଥାନା ପୋଲିସ ଏବଂ ଏପିଆର୍ ଫୋର୍ସଙ୍କ ସହାୟତାରେ ମାଜିଷ୍ଟ୍ରେଟ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ୨ ଗୋଟି ଦାବିଦାର ମାମଲା (କ୍ଲେମ୍ କେସ) ଏବଂ ୭ ଗୋଟି ଦାବିଦାର ନଥିବା ମାମଲା (କ୍ଲେମ୍ କେସ) ମୋଟ ୦୯ ଗୋଟି ମାମଲା ରୁଜୁ କରାଯାଇଛି । କରିଛାପଲ ଅଞ୍ଚଳରେ ମୋଟ ୨୨୦ ଲିଟର ବେଆଇନ ମହୁଲି ମଦ ଓ ୧୮,୭୨୦ କି.ଗ୍ରା. ମହୁଲ ପୋଚ ଏବଂ ଅଙ୍କୁରପାଲି ଅଞ୍ଚଳରେ ମୋଟ ୩୦୦ ଲିଟର ବେଆଇନ ମହୁଲି ମଦ ଓ ୧୮,୮୦୦ କି.ଗ୍ରା. ମହୁଲ ପୋଚ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି । ୨ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଇନିସପେକ୍ଟର ମୋହନ ପଧାନ ଓ ଇନିସପେକ୍ଟର ହେମନ୍ତ ମହାନନ୍ଦିଆ, ଏସ୍ଆଇ ମିଲନ ତିର୍କୀ, ଏଏସ୍ଆଇ ବିନୋଦିନୀ ବେହେରା, ବିଦୂତ ଭୂଷଣ ଦାଶ ଓ ଯୁବରାଜ ବାଗ ଓ ଅନ୍ୟାନ୍ୟ ସହକର୍ମୀ ସାମିଲ ଥିଲେ ।