
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଓଡ଼ିଶାର ସଂସ୍କୃତି ତଥା ଓଡ଼ିଆଙ୍କ ସୁସ୍ୱାଦୁ ପଖାଳ ଭାତ କାର୍ଯ୍ୟକ୍ରମ ତଥା କ୍ଲବର ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ, ସେମାନଙ୍କ ପରିବାରବର୍ଗ ତଥା ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସାମାଜିକ ଏକତାର ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବ ଟିଟିଲାଗଡ଼ର ବରିଷ୍ଠ ସଦସ୍ୟ ତଥା ବିଧାୟକ ନବୀନ କୁମାର ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଏସ୍ଡି୍ପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ ସତପଥୀ, ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶିବ ପରିଡ଼ା, ଥାନାଧିକାରୀ ମନୋଜ ମୁଣ୍ଡା ଓ ଉତ୍କଳ ପ୍ରାଦେଶିକ ମାରୱାଡ଼ି ଯୁବା ମଞ୍ଚର ଜିଲ୍ଲା ମହାମନ୍ତ୍ରୀ ପ୍ରକାଶ ଗୋଏଲ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଗରିମା ପ୍ରଦାନ କରିଥିଲା । ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗାରୁ ରିଜିଅନ୍ ଚେୟାରପର୍ସନ୍ ରୋହିତ ଅଗ୍ରୱାଲ, ଲାୟନ୍ ବିଜୟ କୁମାର ଜୈନ ଓ ତାଙ୍କ ଧର୍ମପତ୍ନୀଙ୍କ ଉପସ୍ଥିତି ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥାପନାର ଦାୟିତ୍ୱ ପ୍ରୋଜେକ୍ଟ ଡାଇରେକ୍ଟର ଲାୟନ୍ ଦୀପକ କୁମାର ପୃଷ୍ଟି ଓ ସହ-ପ୍ରୋଜେକ୍ଟ ଡାଇରେକ୍ଟର ଲାୟନ୍ ଅଜିତ ପାତ୍ର ସଫଳତାର ସହ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲବର ସଭାପତି ଲାୟନ୍ ସଞ୍ଜୟ ସୋନି କହିଥିଲେ ଯେ, କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗତ କିଛିଦିନ ଧରି ସଦସ୍ୟମାନେ ନିରନ୍ତର ପ୍ରସ୍ତୁତିରେ ଲାଗିରହିଥିଲେ । ସମ୍ପାଦକ ଲାୟନ୍ ପଙ୍କଜ କୁମାର ନାମଦେବ ଓ କୋଷାଧ୍ୟକ୍ଷ ଲାୟନ୍ ବିନୟ କୁମାର ଜୈନ ମଧ୍ୟ ଆୟୋଜନକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଆମ ସଂସ୍କୃତି ଆମ ପରମ୍ପରାକୁ ଲୋକାଭିମୁଖୀ ତଥା ଲୋକଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛୁ ବୋଲି ସଭାପତି ଶ୍ରୀ ସୋନି କହିଛନ୍ତି ।