jayashree

ସାଲେଭଟା କୃଷି ସେବା ସମବାୟ ସମିତିରେ ରବିଋତୁ ଧାନ କିଣା ଆରମ୍ଭ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ୍ ସାଲେଭଟା ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ଚଳିତ ରବି ଋତୁରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଆଗଲପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳି ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ୟାକ୍ସ ସମ୍ପାଦକ ବିକାଶ ଭୋଇଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବ ସଭାପତି ବୃନ୍ଦାବନ ଶତପଥୀ, ନିର୍ଦ୍ଦେଶକ ଦୟା ଶଙ୍କର ସାହୁ, ଆର୍ତ୍ତ ପଧାନ, ମୋହିତ ପଟ୍ଟନାୟକ, ଅରବିନ୍ଦ ଶତପଥୀ ତଥା ସମବାୟ ସମିତିର ସମସ୍ତ ବୋର୍ଡ ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତ ଚାଷୀ ଉପଯୁକ୍ତ ଏଫ୍ଏକ୍ୟୁ ମାନର ଧାନ ଆଣିବା ସହ ମିଲର୍ସ ତଥା ସମସ୍ତ କର୍ମଚାରୀମାନଙ୍କ ସହଯୋଗରେ ଧାନକ୍ରୟ ପ୍ରକ୍ରିୟା ସୂଚାରୁ ରୂପେ ପରିଚାଳନା କରିବାକୁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ଡିଇଓ ସହଦେବ ଭୁଏ ସଂଯୋଜନା କରିଥିବା ବେଳେ ଗୋପାଳ କୃଷ୍ଣ ସା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.