jayashree

ପାଇଖାନା ଟାଙ୍କି ଟ୍ରାଜେଡ଼ି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ ଓ ଅନୁକମ୍ପା ପ୍ରଦାନ

  • ଅନିଶାର ଉଚ୍ଚ ଶିକ୍ଷା ପାଇଁ ପ୍ରତିଶୃତି

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରର ଗୌଡ଼ କର୍ଲକ୍ଷଖୁଣ୍ଟା ପାଇଖାନା ଟାଙ୍କି ଟ୍ରାଜେଡ଼ି ଘଟଣାଟି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବାବେଳେ ଆଜି ପିସିସି ସଭାପତି ପରିବାର ବର୍ଗଙ୍କୁ ସାକ୍ଷାତ ଓ ଅନୁକମ୍ପା ସହିତ ଜଣଙ୍କୁ ୨୦୦୦୦/- ଲେଖାଏଁ ଅର୍ଥ ରାଶି ସହାୟତା କରିଛନ୍ତି । ସେ ମୃତକ ଛ ଜଣ ଏବଂ ଆହତଙ୍କୁ ମଧ୍ୟ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଳା ମ. ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟାରେ ମଙ୍ଗଳବାର ସକାଳୁ ସକାଳୁ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା । ପାଇଖାନା ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ବାପ-ପୁଅ, ଶଳା-ଭିଣୋଇଙ୍କ ସମେତ ୬ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ପରିବାର ବର୍ଗଙ୍କୁ ଭେଟିବା ସହିତ ଆର୍ଥିକ ସହାୟତା ଏବଂ ଗୃହକର୍ତ୍ତା ନିମାଇଁଙ୍କ ଝିଅର ଉଚ୍ଚ ଶିକ୍ଷା ପାଇଁ ନିଜେ ସମସ୍ତ ଅର୍ଥ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ଶ୍ରୀଦାସଙ୍କ ସହିତ ଜିଲ୍ଲା ସଭାପତି ଜଳନ୍ଧର ନାଏକ । ପୂର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ଉପସଭାପତି ଇନ୍ଦ୍ରଜିତ ମହାକୁଡ଼, କିଷାନ ସେଲର ଜିଲ୍ଲା ସଭାପତି ସିଦ୍ଧାର୍ଥ ନାଏକ, ଜିଲ୍ଲା ଉପସଭାପତି ରାଜ କିଶୋର ମିଶ୍ର ମ.ରାମପୁର ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହ, କୋଷାଧ୍ୟକ୍ଷ ରଶ୍ମି ରଂଜନ ପ୍ରହରାଜ, ସଂପାଦକ କିଶୋର ମହାନନ୍ଦ, ଆଦିବାସୀ ସେଲର ବ୍ଲକ ସଭାପତି ସମରେନ୍ଦ୍ର ମାଝୀ, ଚମରା ବଗର୍ତ୍ତୀ, ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.