ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତା୧୮ରେ ଚାଷୀଙ୍କ ଦେଶବ୍ୟାପୀ ରେଳରୋକ

ନୂଆଦି‌ଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନକୁ ଅଢ଼େଇ ମାସ ବିତିଗଲାଣି । ତେବେ ଏହି ଅଢେଇ ମାସ ଭିତରେ ଚାଷୀମାନେ କେତେବେଳେ ଟ୍ରାକ୍ଟର ରାଲି କରି ତ ଆଉ କେତେବେଳେ ଚକାଜାମ୍ କରି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବୀ କରି ଆସୁଥିବା ବେଳେ ଏବେ ପୁଣି ଥରେ ରେଳରୋକ କରିବାକୁ ଚାଷୀମାନେ ଘୋଷଣା କରିଛ‌ନ୍ତି । ତେବେ ଆସନ୍ତା ୧୮ରେ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ୪ଘଣ୍ଟିଆ ରେଳରୋକ କରାଯିବ ବୋଲି ଘୋଷଣା ହୋଇଛି । ୧୮ ତାରିଖ ଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୪ ପର୍ୟ୍ୟନ୍ତ ରେଳ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.