csstore

ପାଇକମାଲରେ ବିଜେପିର ବିରାଟ ଜନ ଆକ୍ରୋଶ ମହିଳା ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହେଉଛି । ଏ ଅବସରରେ ଆଜି ପାଇକମାଲରେ ମଧ୍ୟ ବିରାଟ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ବିଜେପି ଜିଲ୍ଲା ସାଧାରଣ ସଂପାଦକ ସରୋଜ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସମାବେଶରେ ବରଗଡ଼ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଶାଖା ଅଗ୍ରୱାଲ, ବରଗଡ଼ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ, ନାରୀ ଶକ୍ତି ବନ୍ଦନା ଜିଲ୍ଲା ସଂଯୋଜିକା ଜ୍ୟୋସ୍ନା ରାଣୀ କର, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସାହୁ, ସ୍ଥାନୀୟ ସରପଞ୍ଚ ତୁଲାବତୀ ତାଣ୍ଡି, ସମିତି ସଭ୍ୟା ନିରୁପମା ନାଗ, ସୁବାସିନୀ ପ୍ରଧାନ, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ବିଜେପି ମଣ୍ଡଳ ସଭାପତି ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସମାବେଶରେ ବରିଷ୍ଠ ବିଜେପି ମହିଳା ନାରୀନେତ୍ରୀ ଯୋଗଦେଇ ନାରୀ ବନ୍ଦନ ଓ ପାର୍ଲିଆମେଣ୍ଟରେ ନାରୀ ମାନଙ୍କ ହକ୍ ଅଧିକାର ସାବ୍ୟସ୍ତ ଓ ବିଲ ପାସ କରିବା ପାଇଁ ସାରା ରାଜ୍ୟରେ ବିଜେପି ବିରୋଧୀ ଦଳ ଗୁଡ଼ିକ ଉପରେ ବିଦ୍ରୋହର ସ୍ୱର ଗର୍ଜି ଉଠିବା ଆରମ୍ଭ ହୋଇଥିବା ନେଇ ବକ୍ତବ୍ୟ ରଖିଥିଲେ । ପରେ ପାଇକମାଲ ବ୍ଲକ ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ସୁଶାନ୍ତ ନାଗ, କୈଳାଶ ଦିଶ୍ରୀ, ରୋଶନ ପାଣିଗ୍ରାହୀ, ଅଜିତ ସାହୁ, ବିକି ଅଗ୍ରୱାଲ, ରାଜା, ଗୁଣ ନାଗ, ସଞ୍ଜୟ ବେହେରା, ରାଜେନ୍ଦ୍ର ସେଠ, ଶୁକଦେବ ପ୍ରଧାନ, ଅଲେଖ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.