
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଭାରତ ର୍ୟୁରାଲ ଲାଇଭଲିହୁଡ ଫାଉଣ୍ଡେସନ ନୂଆଦିଲ୍ଲୀ ତରଫରୁ ଆୟୋଜିତ ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ହୋଟେଲ ପ୍ରେସିଡେନ୍ସିରେ ୨୦୨୫ – ୨୬ର ଶ୍ରମିକ ଶକ୍ତିସଂଘର କାର୍ଯ୍ୟ ଯଥା : ସଏଲଲେସ ନର୍ସରୀ, ପରିବେଶ ଅନୁକୂଳ ଚାଷ ଓ ଉତ୍ପାଦକ ଗୋଷ୍ଠୀର ଦକ୍ଷତା ବଢାଇବା ପାଇଁ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଭାରତ ର୍ୟୁରାଲ ଲାଇଭଲିହୁଡ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁଲଦୀପ ସିଂହଙ୍କ ହସ୍ତରୁ ମାନପତ୍ର ଓ ଟ୍ରଫି ଶ୍ରମିକ ଶକ୍ତିସଂଘ ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ଗୁରୁଗୋବିନ୍ଦ ସିଂହ ମାଝୀ ଗ୍ରହଣ କରିଥିଲେ । ପ୍ରକାଶ ଥାଉ କି, ଗତ ବର୍ଷ ମଧ୍ୟ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ସଂଗଠନର ପ୍ରୋଗ୍ରାମ ମେନେଜର ଗୁରୁଗୋବିନ୍ଦ ସିଂହ ମାଝୀ ଭାରତ ର୍ୟୁରାଲ ଲାଇଭଲିହୁଡ ଫାଉଣ୍ଡେସନ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଶ୍ରମିକ ଶକ୍ତିସଂଘ ଦୀର୍ଘଦିନରୁ ପରିବେଶ ସୁରକ୍ଷା ପାଇଁ ଜୈବିକ ଚାଷ, ବୃକ୍ଷ ରୋପଣ, ଦେଶୀ ବିହନ/ ଧାନ ସଂରକ୍ଷଣ, ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଯୋଗୁଁ ଗତ ବର୍ଷ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ଗ୍ରହଣ କରିଛନ୍ତି ।