csstore

ବିଶ୍ୱ ମାତୃ ଦିବସ ପାଳିତ

  • ମାତୃ ଋଣ ପରିଶୋଧ ସମ୍ଭବ ନୁହେଁ – ମାତୃ ଦିବସରେ ଅତିଥି ମାନଙ୍କର ମନ୍ତବ୍ୟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଶାଖା ତରଫରୁ ଏହାର ସଭାପତି ହରେକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ମହାନଗର ନିଗମର ସରକାରୀ କୁଇନ ଅଫ ଦି ମିଶନ୍ସ ହାଇସ୍କୁଲ ପରିସରରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ଼ଃ. କୁଳମଣି ଓଝା, ସମ୍ମାନନୀୟ ଅତିଥି ଭାବେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରଫେସର ଡ଼ଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରାକ୍ତନ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ଼ଃ. କୈଳାସ ଚନ୍ଦ୍ର ତ୍ରିପାଠୀ ଓ ଡାକ୍ତର ସଙ୍କର୍ଷଣ ପାତ୍ର ଉପସ୍ଥିତ ଥିଲେ । ଏମାନଙ୍କ ସହିତ ଡ଼. ବନମାଳୀ ପାଣିଗ୍ରାହୀ, ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଡ଼. ଲମ୍ବୋଦର ପାଣିଗ୍ରାହୀ, ପ୍ରଫେସର ଡ଼. ସୂଚନା ପାଢ଼ୀ, ଡ଼. ସଚ୍ଚିଦାନନ୍ଦ ପାଢ଼ୀ, ବଂଶୀଧର ସେଠୀ, ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜନ୍ମଦାତ୍ରୀ ଆମର ପ୍ରଥମ ଦେବୀ, ଜନ୍ମଭୂମି, ଗୋମାତା ଓ ଜଗତଜନନୀ ମା’ ଦୁର୍ଗା ମଧ୍ୟ ଆମ ସଂସ୍କୃତିରେ ବନ୍ଦନୀୟା। ପୁତ୍ର ପୁତ୍ରବଧୂ ମାନଙ୍କ ଦ୍ୱାରା ମା’ଙ୍କୁ ନିର୍ଯ୍ୟାତନା, ଯୌନ ନିର୍ଯ୍ୟାତନା ଓ ନାବାଳିକା ତଥା ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଅପରାଧ ହାର ଓଡ଼ିଶାରେ ସର୍ବାଧିକ ଥିବାରୁ ଅତିଥିମାନେ ଚିନ୍ତା ପ୍ରକଟ କରିଥିଲେ । ଏହି ସଭାରେ ବର୍ଷିଆନ କବି ଡ଼. କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଦଶମ କବିତା ସଂକଳନ ସ୍ମୃତିର ଶବ୍ଦ ଚିତ୍ର ଲୋକାର୍ପଣ ହୋଇଥିଲା । ଏହାପରେ ସୁଚେତା ପାଣିଗ୍ରାହୀଙ୍କ ସଂଯୋଜନାରେ ମାତୃ ଦିବସ ଉପଲକ୍ଷେ ଏକ କବିତା ଆସର ହୋଇଥିଲା । ସ୍ୱର୍ଣ୍ଣମୟୀ ପାଢ଼ୀ, ସନ୍ଧ୍ୟା ରାଣୀ ଦେବୀ, ଜ୍ୟୋତ୍ସ୍ନା ରାଣୀ ଦେବୀ, ଡ଼ଃ. ନିହାରିକା ସାହୁ ଓ ମଧୁସ୍ମିତା ସାହୁ କବିତା ଆସର ପରିଚାଳନା କରିଥିଲେ । ପ୍ରାୟ ୨୫ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । ଅଧିବକ୍ତା ଗୌରୀ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର କିଛି ଛାତ୍ର ଓ ଶିକ୍ଷକ ମଧ୍ୟ ମାତୃ ଦିବସ ସଭାରେ ଯୋଗଦାନ କରିଥିଲେ । ଗୋପାଳପୁରର ସାହିତ୍ୟିକ ସରୋଜ କାନ୍ତ ରଥ, ଧୀର ସମୀର ପାଣିଗ୍ରାହୀ ଓ ଡ଼. ଅନୁଜ କୁମାର ନାୟକ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.