jayashree

ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କ୍ଷେତ୍ରରେ ତିନି ଜନସୁରକ୍ଷା ସ୍କିମର ୧୧ ବର୍ଷ ପୂରଣ

  • ୨୯ ଏପ୍ରିଲ ସୁଦ୍ଧା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ମୋଟ ପଞ୍ଜୀକରଣ ୨୭.୪୩ କୋଟି ଅତିକ୍ରମ କରିଛି ଏବଂ ୨୧,୫୧୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି
  • ୨୯ ଏପ୍ରିଲ ସୁଦ୍ଧା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ସଂଗୃହିତ ପଞ୍ଜୀକରଣ ୫୮.୦୯ କୋଟି ଅତିକ୍ରମ କରିଛି ଏବଂ ୧,୮୪,୬୬୨ଟି ଦାବି ପାଇଁ ୩,୬୬୭.୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି
  • ୩୦ ଏପ୍ରିଲ ସୁଦ୍ଧା, ଅଟଳ ପେନସନ ଯୋଜନା ଯୋଜନାରେ ୯.୦୪ କୋଟିରୁ ଅଧିକ ବ୍ୟକ୍ତି ପଞ୍ଜୀକରଣ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୯ ମଇ ୨୦୧୫ରେ ଆରମ୍ଭ ହୋଇଥିବା ତିନି ଜନ ସୁରକ୍ଷା ଯୋଜନା – ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିଓ୍ବାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିଓ୍ବାଇ), ଏବଂ ଅଟଳ ପେନସନ ଯୋଜନା (ଏପିଓ୍ବାଇ) ସବୁ ନାଗରିକଙ୍କୁ, ବିଶେଷକରି ସମାଜର ଅବହେଳିତ ଏବଂ ଦୁର୍ବଳ ବର୍ଗକୁ ସୁଲଭ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ଏହି ପ୍ରମୁଖ ଯୋଜନାଗୁଡ଼ିକ ଜୀବନର ଅନିଶ୍ଚିତତା ବିରୁଦ୍ଧରେ ନାଗରିକମାନଙ୍କୁ ସୁରକ୍ଷା ଦେବା ସହ ଏବଂ ଦୀର୍ଘକାଳୀନ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରି ବୀମା ଏବଂ ପେନସନ ପ୍ରେକ୍ଷାପଟ୍ଟର ବିସ୍ତାର କରିବା ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, “ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ କମ ମୂଲ୍ୟରେ ବୀମା ଓ ପେନସନ ଲାଭ ପ୍ରଦାନ ପାଇଁ ବିଭିନ୍ନ ଜନସୁରକ୍ଷା ଯୋଜନା- ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ।
ଏସବୁ ଜନ ସୁରକ୍ଷା ଯୋଜନାର ୧୧ତମ ବାର୍ଷିକୀରେ ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି ଯେ ପିଏମଜେଜେବିଓ୍ବାଇ, ପିଏମଏସବିଓ୍ବାଇ ଏବଂ ଏପିଓ୍ବାଇ ଅଧୀନରେ ଯଥାକ୍ରମେ ୨୭ କୋଟି, ୫୮ କୋଟି ଏବଂ ୯ କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି।
ପିଏମଜେଜେବିଓ୍ବାଇ ଯୋଜନା ବିଷୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ୧୦.୭ ଲକ୍ଷରୁ ଅଧିକ ପରିବାର ପାଇଁ ୨୧,୫୦୦ କୋଟିରୁ ଅଧିକ ମୂଲ୍ୟର ଦାବି ସମାଧାନ କରାଯାଇଛି। ସେହିପରି ପିଏମଏସବିଓ୍ବାଇ ଯୋଜନାରେ ୧.୮୪ ଲକ୍ଷରୁ ଅଧିକ ପରିବାର ପାଇଁ ପ୍ରାୟ ୩୬୬୦ କୋଟି ଟଙ୍କା ମୂଲ୍ୟର ଦାବି ସମାଧାନ କରାଯାଇଛି।
ସେ କହିଛନ୍ତି “ଆମେ ଜନ ସୁରକ୍ଷା ଯୋଜନାର ୧୧ତମ ବାର୍ଷିକୀ ପାଳନ କରୁଥିବା ସମୟରେ, ମୁଁ ସମସ୍ତ ଅଂଶୀଦାରଙ୍କୁ, ବିଶେଷକରି ବ୍ୟାଙ୍କ ଏବଂ ବୀମା କମ୍ପାନୀର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମୋର ହୃଦୟର ସହିତ କୃତଜ୍ଞତା ଜଣାଉଛି। ସେମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ଏହି ଯୋଜନାଗୁଡ଼ିକୁ ଏକ ବଡ଼ ସଫଳତା ଆଣିଦେଇଛି”।
ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି, “ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଗରିବରୁ ଅତିଗରିବ ଲୋକଙ୍କୁ ବୀମା କଭରେଜ୍ ଏବଂ ପେନସନ୍ ସହାୟତା ପ୍ରଦାନ କରିବା। ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ପଞ୍ଜୀକରଣ ଏବଂ ଦାବିର ଡିଜିଟାଇଜେସନ୍ ଏବଂ ସରଳୀକରଣ ଉପରେ ରହିଛି। ଅନଲାଇନ୍ ଜନ ସୁରକ୍ଷା ପୋର୍ଟାଲର ଶୁଭାରମ୍ଭ ନାଗରିକମାନଙ୍କୁ ବ୍ୟାଙ୍କ ଶାଖା କିମ୍ବା ଡାକଘରକୁ ନଯାଇ ସୁବିଧାଜନକ ଭାବରେ ପଞ୍ଜୀକରଣ କରିବା ସମ୍ଭବ କରିଛି। ଦାବି ପ୍ରକ୍ରିୟାର ଡିଜିଟାଇଜେସନ୍ ଦ୍ରୁତ ସମାଧାନ ସୁନିଶ୍ଚିତ କରିଛି, ଯାହା ଶୋକସନ୍ତପ୍ତ ପରିବାରକୁ ଜରୁରୀ ଆବଶ୍ୟକତା ସମୟରେ ସମୟୋଚିତ ସହାୟତା ପ୍ରଦାନ କରିଥାଏ।”
ଏସବୁ ଜନସୁରକ୍ଷା ଯୋଜନାର ୧୧ତମ ବାର୍ଷିକୀ ପାଳନ ଅବସରରେ ଆସନ୍ତୁ ଜାଣିବା କିପରି ଏଗୁଡ଼ିକ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବୀମା ଓ ସାମାଜିକ ସୁରକ୍ଷା ପ୍ରଦାନ କରୁଛନ୍ତି, ଏଗୁଡ଼ିକର ବୈଶିଷ୍ଟ୍ୟ ଓ ସଫଳତା ସମ୍ପର୍କରେ..
୧. ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY)
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିଓ୍ବାଇ) ପ୍ରତ୍ୟେକ ଦିନ ୨ ଟଙ୍କାରୁ କମ୍ ପ୍ରିମିୟମ୍ରେ ଯେକୌଣସି କାରଣରୁ ମୃତ୍ୟୁ ପାଇଁ ଜୀବନ ବୀମା କଭରେଜ୍ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି।
ମୁଖ୍ୟ ବୈଶିଷ୍ଟ୍ୟ: ପିଏମଜେଜେବିଓ୍ବାଇ ଏକ ବର୍ଷର ବୀମା କଭର ପ୍ରଦାନ କରେ ଓ ଏହା ପ୍ରତିବର୍ଷ ନବୀକରଣ ହେଉଥାଏ। ଏହି ଯୋଜନା ଏଲଆଇସି ଏବଂ ଅନ୍ୟାନ୍ୟ ଜୀବନ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ପ୍ରଦାନ/ପରିଚାଳିତ ହୁଏ, ଯେଉଁମାନେ ସମାନ ସର୍ତ୍ତ ଓ ନିୟମାବଳୀରେ ବୀମାସେବା ପ୍ରଦାନ କରିବାକୁ ଇଚ୍ଛୁକ ଏବଂ ଏଥିଲାଗି ଯେଉଁମାନଙ୍କର ଆବଶ୍ୟକୀୟ ଅନୁମୋଦନ ଅଛି ଓ ବ୍ୟାଙ୍କ/ଡାକଘର ସହିତ ଅନୁବନ୍ଧନ ରହିଛି। ଅଂଶଗ୍ରହଣକାରୀ ବ୍ୟାଙ୍କ/ଡାକଘରଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏପରି ଯେକୌଣସି ଜୀବନ ବୀମା କମ୍ପାନୀକୁ ସାମିଲ କରିବାକୁ ମୁକ୍ତ।
ଯୋଗ୍ୟତା ସର୍ତ୍ତାବଳୀ: ଅଂଶଗ୍ରହଣକାରୀ ବ୍ୟାଙ୍କ/ଡାକଘରର ସମସ୍ତ ବ୍ୟକ୍ତିଗତ ଖାତାଧାରୀ ଯେଉଁମାନଙ୍କ ବୟସ ୧୮ ରୁ ୫୦ ବର୍ଷ ମଧ୍ୟରେ ଅଛି ଏବଂ ଯେଉଁମାନେ ଏହି ସ୍କିମରେ ଯୋଗଦେବାକୁ ସମ୍ମତି ଦିଅନ୍ତି ଓ ନିଜ ଖାତାରୁ ଅଟୋ-ଡେବିଟ୍କୁ ସକ୍ରିୟ କରନ୍ତି, ସେମାନେ ଯୋଗ ଦେଇପାରିବେ। ଯଦି ଜଣେ ବ୍ୟକ୍ତିଙ୍କର ଗୋଟିଏ କିମ୍ବା ଭିନ୍ନ ବ୍ୟାଙ୍କ / ଡାକଘରେ ଏକାଧିକ ଖାତା ଅଛି ସେମାନେ ଗୋଟିଏ ଖାତା ମାଧ୍ୟମରେ ହିଁ ଯୋଗ ଦେଇପାରିବେ।
ପଞ୍ଜିକରଣ ଅବଧି: କଭର ୧ ଜୁନ୍ ରୁ ୩୧ ମଇ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ହେବ। ଏଥିପାଇଁ ନିର୍ଦ୍ଧାରିତ ଫର୍ମରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଗତ ବ୍ୟାଙ୍କ / ଡାକଘର ଆକାଉଣ୍ଟ୍ ରୁ ଅଟୋ-ଡେବିଟ୍ ମାଧ୍ୟମରେ ଯୋଗଦାନ / ଦେୟ କରିବାର ବିକଳ୍ପ ଦେବାକୁ ପଡିବ।
ପ୍ରିମିୟମ୍: ପ୍ରତି ସଦସ୍ୟ ପାଇଁ ବାର୍ଷିକ ୪୩୬/- ଟଙ୍କା। ଯୋଜନା ଅଧୀନରେ ପ୍ରିମିୟମ୍ ପଞ୍ଜୀକରଣ ସମୟରେ ଦିଆଯାଇଥିବା ବିକଳ୍ପ ଅନୁଯାୟୀ ‘ଅଟୋ ଡେବିଟ୍’ ସୁବିଧା ମାଧ୍ୟମରେ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ / ଡାକଘର ଆକାଉଣ୍ଟ୍ ରୁ ଗୋଟିଏ କିସ୍ତିରେ କାଟି ଦିଆଯିବ।
ନିମ୍ନଲିଖିତ ଭାବରେ ପ୍ରୋ-ରାଟା ପ୍ରିମିୟମ୍ ପ୍ରଦାନ ସହିତ ସମ୍ଭାବ୍ୟ କଭର ପାଇଁ ବିଳମ୍ବିତ ପଞ୍ଜିକରଣ ସମ୍ଭବ;
କ) ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ପଞ୍ଜୀକରଣ ପାଇଁ – ୪୩୬/- ଟଙ୍କା ପୂର୍ଣ୍ଣ ବାର୍ଷିକ ପ୍ରିମିୟମ୍ ଦେୟଯୋଗ୍ୟ।
ଖ) ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ପଞ୍ଜୀକରଣ ପାଇଁ – ୩୪୨/- ଟଙ୍କା ପ୍ରୋ-ରାଟା ପ୍ରିମିୟମ୍ ଦେୟଯୋଗ୍ୟ।
ଗ) ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀରେ ପଞ୍ଜୀକରଣ ପାଇଁ – ଟଙ୍କା ୨୨୮/- ଦେୟ ଦେବାକୁ ପଡିବ। ଘ) ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ପଞ୍ଜୀକରଣ ପାଇଁ – ଟଙ୍କା ୧୧୪/- ର ଅନୁପାତ ପ୍ରିମିୟମ୍ ଦେୟ ଦେବାକୁ ପଡିବ।
ଲାଭ: ଯେକୌଣସି କାରଣରୁ ଉପଭୋକ୍ତାଙ୍କ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ମିଳିବ। ପଞ୍ଜୀକରଣ ତାରିଖରୁ ୩୦ ଦିନର ଲିଆନ୍ ଅବଧି ଲାଗୁ ହେବ।
ସଫଳତା: ୨୯ ଏପ୍ରିଲ ୨୦୨୬ ସୁଦ୍ଧା, ପିଏମଜେଜେବିଓ୍ବାଇ ଅଧୀନରେ ମୋଟ ପଞ୍ଜୀକରଣ ୨୭.୪୩ କୋଟି ଅତିକ୍ରମ କରିଛି ଏବଂ ୧୦,୭୫,୬୨୫ ଦାବି ପାଇଁ ୨୧,୫୧୨.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏସବୁ ମୋଟ ପଞ୍ଜୀକରଣ ମଧ୍ୟରୁ ୧୨.୭୨ କୋଟି ମହିଳା ଓ ୮.୦୯ କୋଟି ପିଏମଜେଡିୱାଇ ଆକାଉଣ୍ଟଧାରୀ ପଞ୍ଜୀକରଣ ରହିଛି।

୨. ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY)
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ୧୮ ରୁ ୭୦ ବର୍ଷ ବୟସର ବ୍ୟକ୍ତିବିଶେଷଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଶାରୀରିକ ଅକ୍ଷମତା କଭର ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାର ସର୍ବନିମ୍ନ ପ୍ରିମିୟମ୍ ପ୍ରତି ମାସରେ ୨ ଟଙ୍କାରୁ କମ୍।
ମୁଖ୍ୟ ବୈଶିଷ୍ଟ୍ୟ: ପିଏମଏସବିଓ୍ବାଇ ହେଉଛି ଏକ ବର୍ଷର କଭର ଯାହାକୁ ବାର୍ଷିକ ନବୀକରଣ କରାଯାଇପାରିବ। ଏହି ଯୋଜନାଟି ସାର୍ବଜନୀନ କ୍ଷେତ୍ର ସାଧାରଣ ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ସାଧାରଣ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ପରିଚାଳିତ ହେଉଛି, ଯେଉଁମାନେ ସମାନ ସର୍ତ୍ତ ଓ ନିୟମାବଳୀରେ ବୀମାସେବା ପ୍ରଦାନ କରିବାକୁ ଇଚ୍ଛୁକ ଏବଂ ଏଥିଲାଗି ଯେଉଁମାନଙ୍କର ଆବଶ୍ୟକୀୟ ଅନୁମୋଦନ ଏବଂ ବ୍ୟାଙ୍କ/ଡାକଘର ସହିତ ଅନୁବନ୍ଧନ ରହିଛି। ଅଂଶଗ୍ରହଣକାରୀ ବ୍ୟାଙ୍କ/ଡାକଘରଗୁଡ଼ିକ ସେମାନଙ୍କର ଗ୍ରାହକମାନଙ୍କ ପାଇଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯେକୌଣସି ବୀମା କମ୍ପାନୀକୁ ନିୟୋଜିତ କରିପାରିବେ।
ଯୋଗ୍ୟତା ସର୍ତ୍ତାବଳୀ: ଅଂଶଗ୍ରହଣକାରୀ ବ୍ୟାଙ୍କ/ଡାକଘର ସହିତ ଆକାଉଣ୍ଟ ରଖିଥିବା ୧୮ ରୁ ୭୦ ବର୍ଷ ବୟସର ସମସ୍ତ ବ୍ୟକ୍ତିଗତ ଆକାଉଣ୍ଟଧାରୀ, ଯେଉଁମାନେ ଏହି ସ୍କିମରେ ଯୋଗଦେବାକୁ ସମ୍ମତି ଦିଅନ୍ତି ଓ ନିଜ ଖାତାରୁ ଅଟୋ-ଡେବିଟ୍କୁ ସକ୍ରିୟ କରନ୍ତି, ସେମାନେ ଯୋଗ ଦେଇପାରିବେ। ଯଦି ଜଣେ ବ୍ୟକ୍ତି ଗୋଟିଏ କିମ୍ବା ବିଭିନ୍ନ ବ୍ୟାଙ୍କ/ଡାକଘରେ ଏକାଧିକ ଆକାଉଣ୍ଟ ଧାରଣ କରନ୍ତି, ତେବେ ସେମାନେ କେବଳ ଗୋଟିଏ ବ୍ୟାଙ୍କ/ଡାକଘର ଆକାଉଣ୍ଟ ମାଧ୍ୟମରେ ଯୋଜନାରେ ଯୋଗଦାନ କରିପାରିବେ।
ପଞ୍ଜୀକରଣ ଅବଧି: ଏହି କଭର ୧ ଜୁନ୍ ରୁ ୩୧ ମଇ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ହେବ; ଏଥିପାଇଁ, ନିର୍ଦ୍ଧାରିତ ଫର୍ମ ବ୍ୟବହାର କରି ନିଜ ବ୍ୟକ୍ତିଗତ ବ୍ୟାଙ୍କ/ଡାକଘର ଆକାଉଣ୍ଟରୁ ‘ଅଟୋ-ଡେବିଟ୍’ ମାଧ୍ୟମରେ ଯୋଗଦାନ ବା ପେମେଣ୍ଟ କରିବାର ବିକଳ୍ପ ପ୍ରଦାନ କରିବା ବାଧ୍ୟତାମୂଳକ।
ପ୍ରିମିୟମ୍: ପ୍ରତି ସଦସ୍ୟ ପାଇଁ ବାର୍ଷିକ ୨୦ ଟଙ୍କା। ଯୋଜନାରେ ପଞ୍ଜୀକରଣ ସମୟରେ ବ୍ୟବହାର କରାଯାଇଥିବା ବିକଳ୍ପ ଅନୁସାରେ, ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ/ଡାକଘର ଆକାଉଣ୍ଟରୁ ‘ଅଟୋ-ଡେବିଟ୍’ ସୁବିଧା ମାଧ୍ୟମରେ ପ୍ରିମିୟମ୍ ଗୋଟିଏ କିସ୍ତିରେ କଟାଯିବ।
ଲାଭ : ମୃତ୍ୟୁ ହେବା କିମ୍ବା ଉଭୟ ଆଖି, ଉଭୟ ହାତ କିମ୍ବା ପାଦ ସଂପୂର୍ଣ୍ଣ ଅକ୍ଷମ ହେବା, ଗୋଟିଏ ଆଖି ଦୃଷ୍ଟିଶକ୍ତି ହରାଇବା ସହ ଗୋଟିଏ ହାତ କିମ୍ବା ଗୋଟିଏ ପାଦ ହରାଇବା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ମିଳିବ। ଗୋଟିଏ ଆଖିର ଦୃଷ୍ଟିଶକ୍ତି ନଷ୍ଟ ହେବା କିମ୍ବା ଗୋଟିଏ ହାତ ବା ପାଦ ଅକ୍ଷମ ହେବା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ମିଳିବ।

ସଫଳତା : ୨୯ ଏପ୍ରିଲ୍, ୨୦୨୬ ସୁଦ୍ଧା ପିଏମଏସବିଓ୍ବାଇ ଅଧୀନରେ ମୋଟ ପଞ୍ଜୀକରଣ ୫୮.୦୯ କୋଟି ଅତିକ୍ରମ କରିଛି ଏବଂ ୧,୮୪,୬୬୨ ଦାବି ବାବଦରେ ୩,୬୬୭.୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ସମୟ ସୁଦ୍ଧା ଏହି ଯୋଜନାରେ ୨୭.୪୫ କୋଟି ମହିଳା ପଞ୍ଜୀକରଣ କରିଛନ୍ତି ଏବଂ ୧୯.୩୦ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟଧାରୀ ପଞ୍ଜୀକରଣ କରିଛନ୍ତି।
୩. ଅଟଳ ପେନସନ୍ ଯୋଜନା (APY)
ଅଟଳ ପେନସନ୍ ଯୋଜନା (APY)ର ଉଦ୍ଦେଶ୍ୟ ହେଉଛି ସମସ୍ତ ଭାରତୀୟଙ୍କୁ, ବିଶେଷକରି ଗରିବ, ଅନୁନ୍ନତ ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ସାର୍ବଜନୀନ ସାମାଜିକ ସୁରକ୍ଷା କଭରେଜ୍ ପ୍ରଦାନ କରିବା। ଏହା ଏକ ସରକାରୀ ପଦକ୍ଷେପ ଯାହା ଅସଂଗଠିତ କ୍ଷେତ୍ରରେ ନିୟୋଜିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ଏବଂ ଭବିଷ୍ୟତର ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନଙ୍କୁ ସକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଯୋଜନା ଜାତୀୟ ପେନସନ୍ ପ୍ରଣାଳୀ (ଏନପିଏସ)ର ସାମଗ୍ରିକ ପ୍ରଶାସନିକ ଏବଂ ସାଂଗଠନିକ ଢାଞ୍ଚା ଅଧୀନରେ ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ।
ଯୋଗ୍ୟତା: ଅଟଳ ପେନସନ୍ ଯୋଜନା ୧୮ ରୁ ୪୦ ବର୍ଷ ବୟସର ଆୟକର ଦେଉନଥିବା ସମସ୍ତ ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଖୋଲା । ଚୟନ କରିଥିବା ପେନସନ୍ ପରିମାଣ ଉପରେ ଆଧାର କରି ଅବଦାନ ଭିନ୍ନ ହୋଇଥାଏ।
ଲାଭ: ଯୋଜନାରେ ଯୋଗଦାନ ପରେ ଉପଭୋକ୍ତାଙ୍କ ଦ୍ୱାରା ଦିଆଯାଇଥିବା ଅବଦାନ ଉପରେ ଆଧାର କରି, ଗ୍ରାହକମାନେ ୬୦ ବର୍ଷ ବୟସ ପୂରଣ କରିବା ପରେ ୧୦୦୦, ୨୦୦୦, ୩୦୦୦,୪୦୦୦ କିମ୍ବା ୫୦୦୦ ଟଙ୍କାର ଏକ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ମାସିକ ପେନସନ୍ ପାଇବେ।
ଯୋଜନାର ଲାଭ ବଣ୍ଟନ: ମୂଳ ଉପଭୋକ୍ତା ମାସିକ ପେନସନ୍ ଗ୍ରାହକଙ୍କ ପାଇବେ, ତାଙ୍କ ଅନ୍ତେ ତାଙ୍କ ପତି କିମ୍ବା ପତ୍ନୀଙ୍କୁ, ଏବଂ ସେମାନଙ୍କ ମୃତ୍ୟୁ ପରେ, ସଂଗୃହିତ ପେନସନ୍ ପାଣ୍ଠି ଗ୍ରାହକଙ୍କ ନୋମିନିଙ୍କୁ ପ୍ରଦାନ କରାଯିବ।

ଉପଭୋକ୍ତାଙ୍କ ଅକାଳ ମୃତ୍ୟୁ (୬୦ ବର୍ଷ ବୟସ ପୂର୍ବରୁ ମୃତ୍ୟୁ) କ୍ଷେତ୍ରରେ, ମୂଳ ଗ୍ରାହକଙ୍କ ବୟସ ୬୦ ବର୍ଷ ହେବା ପର୍ଯ୍ୟନ୍ତ, ଗ୍ରାହକଙ୍କ ପତି କିମ୍ବା ପତ୍ନୀ ଅବଶିଷ୍ଟ ଅବଧି ପାଇଁ ଗ୍ରାହକଙ୍କ ଏପିଓ୍ବାଇ ଆକାଉଣ୍ଟରେ ଅବଦାନ ଜାରି ରଖିପାରିବେ।
ପେମେଣ୍ଟ: ସଦସ୍ୟମାନେ ମାସିକ, ତ୍ରୈମାସିକ କିମ୍ବା ଅର୍ଦ୍ଧବାର୍ଷିକ ଆଧାରରେ ଏହି ସ୍କିମରେ ଅବଦାନ ଦେଇପାରିବେ।
ଯୋଜନାରୁ ଓହରିବା: ଉପଭୋକ୍ତା କେତେକ ସର୍ତ୍ତ ସହ ଏବଂ ସୁଧ ସମେତ ସରକାରୀ ଅବଦାନ ବାଦ୍ ଦେଇ ସ୍ବେଚ୍ଛାକୃତଭାବେ ଏହି ଯୋଜନାରୁ ଓହରି ପାରିବେ।
ସଫଳତା : ୩୦ ଏପ୍ରିଲ,୨୦୨୬ ସୁଦ୍ଧା, ୯.୦୪ କୋଟିରୁ ଅଧିକ ବ୍ୟକ୍ତି ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି ।

Leave A Reply

Your email address will not be published.