jayashree

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

  • ପଶ୍ଚିମବଙ୍ଗ ସରକାରରେ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଶୁଭେନ୍ଦୁ ଅଧିକାରୀ ଜଣେ ନେତା ଭାବରେ ଏକ ଛାପ ସୃଷ୍ଟି କରିଛନ୍ତି । ସେ ଲୋକଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଅଛନ୍ତି ଏବଂ ସେମାନଙ୍କ ଆକାଂକ୍ଷାକୁ ଅତି ନିକଟରୁ ବୁଝିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ଆଗାମୀ ଫଳପ୍ରଦ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଦିଲୀପ ଘୋଷ, ଶ୍ରୀମତୀ ଅଗ୍ନିମିତ୍ର ପଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ ଏବଂ ନିଶିଥ ପ୍ରମାଣିକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଏହି ନେତାମାନେ ତୃଣମୂଳ ସ୍ତରରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ଏବଂ ଲୋକଙ୍କ ସେବା କରିଛନ୍ତି । ସେମାନେ ମନ୍ତ୍ରୀ ଭାବରେ ପଶ୍ଚିମବଙ୍ଗର ବିକାଶ ଯାତ୍ରାକୁ ଆହୁରି ମଜବୁତ କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିବା ସହିତ ସେମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଜୀଙ୍କୁ ଅଭିନନ୍ଦନ । ସେ ଜଣେ ନେତା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଲୋକଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଅଛନ୍ତି । ଅତି ନିକଟରୁ ସେ ଲୋକଙ୍କ ଆକାଂକ୍ଷାକୁ ବୁଝିଛନ୍ତି । ଆଗାମୀ ଫଳପ୍ରଦ କାର୍ଯ୍ୟକାଳ ପାଇଁ ତାଙ୍କୁ ମୋର ଶୁଭକାମନା ।
@SuvenduWB”

“ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ପାଇଁ ଦିଲୀପ ଘୋଷ ଜୀ, ଅଗ୍ନିମିତ୍ର ପାଉଲ ଜୀ, ଅଶୋକ କୀର୍ତ୍ତ ନିଆ ଜୀ, ଖୁଦିରାମ ଟୁଡୁ ଜୀ ଏବଂ ନିଶିଥ ପ୍ରମାଣିକ ଜୀଙ୍କୁ ଅଭିନନ୍ଦନ । ଏହି ନେତାମାନେ ତୃଣମୂଳ ସ୍ତରରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ଲୋକଙ୍କ ସେବା କରିଛନ୍ତି । ମୁଁ ନିଶ୍ଚିତ ଯେ ସେମାନେ ମନ୍ତ୍ରୀ ଭାବରେ ପଶ୍ଚିମବଙ୍ଗର ବିକାଶ ଯାତ୍ରାକୁ ଆହୁରି ମଜବୁତ କରିବେ । ମୋର ଶୁଭକାମନା ।

Leave A Reply

Your email address will not be published.