
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ଥାନା ପରିସରରେ ଶୁକ୍ରବାର ଓଡିଶା ପିଲିସ ପକ୍ଷରୁ ଯୁଭେଣ୍ଟିକା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲମପୁର ଆଇଆଇସି ସୁନିଲୋ କଣ୍ଡାଗୋରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସାଇବର ସଚେତନ କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଆସିଥିବା କିଶୋରୀ ବାଳିକା ଏବଂ ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ । ପ୍ରଥମେ ବାଳିକା ଏବଂ ଅଙ୍ଗନବାଡି କର୍ମୀମାନେ ଥାନା ବୁଲି ଦେଖିଥିଲେ ଏବଂ ପରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ବାତ୍ର୍ତ୍ତାଳାପ କରିଥିଲେ । ସମ୍ପ୍ରତି ସମାଜରେ ସାଇବର କ୍ରାଇମ ବଢ଼ି ବଢିଚାଲିଛି ତେଣୁ ଶିଶୁମାନେ କିଭଳି ସଚେତନ ରହି ସାଇବର ଠକେଇର ଶିକାର ନହେବେ ସେ ସମ୍ପର୍କରେ ଉପସ୍ଥିତ ବାଳିକା ମାନଙ୍କୁ ଭିଡିଓ ମାଧ୍ୟମରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍ଆଇ ଶିବଶଙ୍କର ମହାନ୍ତି, ବଡ କୁଟ୍ରୁ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ଏବଂ ଥାନା କର୍ମଚାରୀମାନେ ଉପସ୍ଥିତ ଥିଲେ ।