ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ଘାଟକଇଁନ୍ତରା ଗ୍ରାମରେ ଥିବା ପୋଖରୀ ଦୀର୍ଘ ଦିନ ଧରି ଅଧା ଅଧୁରା କାର୍ୟ୍ୟ ହୋଇ ଅଳିଆଗଦାରେ ପରିଣତ ହେବାରେ ଲାଗିଛି । ତା ଫଳରେ ଗ୍ରାମ ବାସୀ ଭଳ ପାଣି ଟିକିଏ ପାଇ ନ ପାରୁଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ ଫଳରେ ଚଳିତ ବର୍ଷରେ ତରଭା ବିଡ଼ିଓ ଚିନ୍ମୟୀ କଅଁର ମନରେଗା ଯୋଜନା ମାଧ୍ୟମରେ ୯ ଲକ୍ଷ ଟଙ୍କାର ଯୋଜନାକୁ ପାସ୍ କରିଛନ୍ତି । ବିଡ଼ିଓ ଏଭଳି ଉନ୍ନତି କରଣ କାର୍ୟ୍ୟକୁ ଗାଁ ଲୋକେ ଖୁବ୍ ପ୍ରଶଂସା କରିଥିବାର ଜଣାପଡିଛି ।

Leave A Reply

Your email address will not be published.