jayashree

ଶିକ୍ଷା ସହିତ ପ୍ରତିଭା ବିକାଶ ଭବିଷ୍ୟତରେ ସଂସ୍କାର ଆଣେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁ ସମୟରୁ ଶିକ୍ଷାଦାନ ସହ ନାଚ, ଗୀତ, ଖେଳ ଆଦି ଭିନ୍ନ ପ୍ରତିଭା ଭବିଷ୍ୟତରେ ସେମାନଙ୍କୁ ସଂସ୍କାରିତ କରି ଗଢି ତୋଳିଥାଏ ସଂଗୀତ ମହାବିଦ୍ୟାଳୟ “ପଞ୍ଚମ” ୩୦ତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏକଥା ଉଲ୍ଲେଖ କରିଛନ୍ତି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଗତ ୦୫-୦୫-୨୬- ମଙ୍ଗଳବାର ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇ ଥିବା ଏହି ଉତ୍ସବରେ ବୟୋଜ୍ୟେଷ୍ଠ କଣ୍ଠଶିଳ୍ପୀ ବୁଦ୍ଧି ସାଗର ଯୋଶୀ, ସମାଜସେବୀ ଆଦିତ୍ୟ ନାରଣ ପଟ୍ଟନାୟକ, ନୃତ୍ୟ ଶିଳ୍ପୀ ଶ୍ରୀମତୀ ଚନ୍ଦ୍ରିକା ରାଣୀ ଖୁଆସ, କଣ୍ଠଶିଳ୍ପୀ କୁମାରୀ ଜ୍ୟୋତିକା ମିଶ୍ର ପ୍ରଭୃତିଙ୍କୁ ଚିତ୍ତ ରଞ୍ଜନ ସାହାଣୀ, ଭଗବାନ ପତି, ମୁରଲିଧାରୀ ବେହେରା ଓ ପ୍ରଫୁଲ୍ଲ ପ୍ରଧାନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭାପତି ମୁରଲିଧାରୀ ପତିଙ୍କ ସଭାପତିତ୍ୱରେ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକ ଦିବ୍ୟ ରଞ୍ଜନ ପଟ୍ଟନାୟକ । ଏହିକ୍ରମରେ ଅନୁଷ୍ଠାନର ଭୁବନେଶ୍ୱର ଶାଖା ସଙ୍ଗୀତ ଶିକ୍ଷୟିତ୍ରୀ ରୋଜାଲିନ ରାଉତ, ବଲାଙ୍ଗିର ନୃତ୍ୟ ବିଭାଗର କୁମାରୀ ସିରିଶା ଶୁଭଦର୍ଶିନୀ ପତି, ଚିତ୍ର କଳା ବିଭାଗର ତାରାକାନ୍ତ ମହଲା, ସଂଗୀତ ସହଯୋଗୀ ସଂବିତ କୁମାର ସାହୁ, ବେଶଭୂଷା ପାଇଁ ମନରଞ୍ଜନ ବେହେରା, ଅମ୍ରିତା ବେହେରା ସ୍ୱରୂପା ସିଂ ପ୍ରଭୁତିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ରୀ ନୃତ୍ୟ ବିଭାଗର ଅମ୍ବିକା ବହିଦାର ଓ ଶ୍ରେଷ୍ଠ ଛାତ୍ର ଭାବେ କଣ୍ଠସଙ୍ଗୀତ ବିଭାଗର ଆୟୁଷ୍ମାନ ପାଣିଗ୍ରାହୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଗୁରୁ ଗୌର କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ତାଙ୍କରି ନିର୍ଦେଶନାରେ ୬୦ ଜଣ ଶିଶୁ କଳାକାର ମାନଙ୍କ ଦ୍ୱାରା ତବଲା ବାଦନ ବେଶ ଚିତ୍ତାକାର୍ଷକ ହୋଇଥିଲା । ସଭାକାର୍ଯ୍ୟ ପରେ ପରେ ସୁଶ୍ରୀ ସିରିଶା ପତିଙ୍କ ନିର୍ଦେଶନାରେ ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟରେ ଦଶବତାର, ଅହେନ୍ନିଲାଶୈଳ, ଆଇଗିରି ନନ୍ଦିନୀ, ରେକର୍ଡ ଡାନ୍ସ, ଗୁରୁ ମୁରଲି ପତିଙ୍କ ନିର୍ଦେଶନାରେ ସମବେତ ସଙ୍ଗୀତ ସରସ୍ୱତୀ ବନ୍ଦନା ଓ ଦେଶାତ୍ମବୋଧକ ଗୀତ ହୃଦୟ ସ୍ପର୍ଶି ହୋଇ ପାରିଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ଡି ଏସ. ଏନ ମୂର୍ତ୍ତି, ଦୀପକ ବରାଳ, ପ୍ରଭଞ୍ଜନ ରାଇଗୁରୁ, ଚୈତନ୍ୟ ମଟରୀ, କ୍ଷେତ୍ରବାସୀ ସାହୁ ଶୁଭେନ୍ଦୁ ଜାଲ, ସୁମନ ମହାପାତ୍ର, କୃଷ୍ଣରାଜ ପତି, ସଂସ୍କାର ମିଶ୍ର, ରାଜ କୁମାର ହୋତା, ସୋନୁ କୁମାର ସିଂ, ଶିବା ପରୁଆ, ବସନ୍ତ ନାୟକ, ସୁଦାମ ସେଲମା ପ୍ରଭୃତି ସହଯୋଗ କରିଥିଲେ । ଅନୁକୂଳ ପାଗ ଯୋଗୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାହସ୍ରାଧିକ ଦର୍ଶକ ଓ ଅଭିଭାବକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.