
ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଡେଟୋନେଟର ମଜଦୁର ସଭା ପକ୍ଷରୁ ବାଲିଯୋଡି ଛକ ନିକଟସ୍ତ ୟୁନିୟନ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ୟୁନିୟନର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଧାରଣ ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶଶଧର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦ ମଜଦୂର ସଭାର ପତାକା ଉତ୍ତୋଳନ କରି ମେ ଦିବସର ତାତ୍ପର୍ଯ୍ୟ ସଂପର୍କରେ ବର୍ଣ୍ଣନା କରିବା ସହିତ ବର୍ତ୍ତମାନ ସ୍ଥିତିରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ହିନ୍ଦ୍ ମଜଦୂର ସଭା ରାଜ୍ୟ ସମ୍ପାଦକ ପ୍ରମୋଦ ଦାସ, ବରିଷ୍ଠ ଶ୍ରମିକ ନେତା କଳାକାର ସାହୁ, ଉପସଭାପତି ସିଦ୍ଧେଶ୍ୱର ବଳ, ଅନ୍ତର୍ଯ୍ୟାମୀ ବେଉରିଆ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଭାତ ନାୟକ. ରାମେଶ୍ୱର ନାଗ, ସୁନ୍ଦର ମୋହନ ହାଁସଦା, ଆଦିତ୍ୟ ପାଣିଗ୍ରାହୀ, ମହେଶ ସିଂହ, ସୁଧୀର ଓରାମ, କୁଶୁ ସୋରେନ, ନାଗୀ ମାଝି, କୌଶଲ୍ୟା ସିଂ, ଧନି ମାଝି, ଲକ୍ଷ୍ମଣ ମହାକୁଡ଼, ଗାନ୍ଦଲା ଏକ୍କା, ଦୀନବନ୍ଧୁ ବାଦା, ଲଛୁ ମିଞ୍ଜ, ହରମୋହନ ଶାନ୍ଦେଲ ପ୍ରମୁଖ ଆଲୋଚ୍ୟ ବିଷୟରେ ଭାଗ ନେଇ ସହିଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ପ୍ରଭାତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।