
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ ତମ ଜନ୍ମ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ । ମହାସମାରୋହରେ କେସିଙ୍ଗା ନଗର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୁରୁପ୍ରସାଦ ବଗର୍ତ୍ତୀ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବାର କାଉନ୍ସିଲର ସଦସ୍ୟ ଧନଞ୍ଜୟ ମୁଣ୍ଡ, ସମ୍ମାନିତ ଅତିଥି ସଭାପତି କଳାହାଣ୍ଡି ଅଡିହିବକ୍ତ୍ୱ ପରିଷଦ ସରକାରୀ ଓକିଲ ସନ୍ତୋଷ କୁମାର ମୁଣ୍ଡ ଯୋଗଦେଇ ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ କରିବା ଦିଗରେ ମଧୁବାବୁ ଭୂମିକା ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ଆଇନଜୀବୀମାନେ ଆଜିର ଦିବସ ମଧୁ ଜୟନ୍ତୀକୁ ଆଇନଜୀବୀ ଦିବସ ଭାବରେ ପାଳନ କରି ଆସୁଛନ୍ତି । ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ଆଇନଜୀବୀ ଥିଲେ । ଆଇନଜୀବୀମାନେ ସାଧାରଣ ଲୋକଙ୍କୁ ଆଇନ ସେବା ଯୋଗାଇଦେବା ପାଇଁ ଓ ସମାଜର ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସଂଘର ସମ୍ପାଦକ ସନ୍ତୋଷ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶେଷରେ କେସିଙ୍ଗା ବାର ସଂଘର ଉପସଭାପତି ସୌମ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ କେସିଙ୍ଗା ବାର ସଙ୍ଘର ସମସ୍ତ ସଦସ୍ୟ ଉପସ୍ତିତ ଥିଲେ ।