mahavir

ପିକ୍ଅପ ଗାଡି ଓଲଟି ନାବାଳକ ମୃତ୍ୟୁ ଖବର ଶୁଣି ଡାକ୍ତରଖାନାରେ ପହଞ୍ଚିଲେ ବିଧାୟକ ନବୀନ ଜୈନ

  • ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କଲେ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଲାଡ଼ ଗ୍ରାମ ବ୍ରିଜ୍ ପାଖରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ପିକଅପ୍ ଗାଡ଼ି ଓଲଟିଯାଇ ଲେସୁନବାହାଲିର ୩ ଜଣ ନାବାଳକ ଶିଶୁଙ୍କ ମୃତ୍ୟୁ ସମ୍ବାଦ ଶୁଣି ଟିଟିଲାଗଡ ବିଧାୟକ ନବୀନ ଜୈନ ଉପଖଣ୍ଡ ସରକାରୀ ଡାକ୍ତରଖାନାକୁ ଆସି ଅପରିମିତ ଦୁଃଖର ସମୟରେ ପୀଡିତ ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ । ସେହିପରି, ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୨ ଜଣ ନାବାଳକ ଶିଶୁ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ, ସେମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି କହିଛନ୍ତି । ପରଲୋକଗତ ନିଦେ୍‌ର୍ଦ୍ଦାଶ ଆତ୍ମାମାନଙ୍କର ଶାନ୍ତି କାମନା କରୁଛି ଏବଂ ଶୋକସନ୍ତପ୍ତ ପରିବାରଙ୍କୁ ଏହି ଅସହ୍ୟ ବିୟୋଗ ସହିବା ପାଇଁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଏହି ଦୁଃଖଦ ଘଟଣା ବିଷୟରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.