mahavir

କେସିଙ୍ଗା ବିନେକେଳା ଗ୍ରାମରେ ୨୯ ଘର ଉପରେ ଚଢ଼ିଲା ସରକାରଙ୍କ ବୁଲଡୋଜର୍

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ଗ୍ରାମପଞ୍ଚାୟତର ବିନେକେଲା ଗ୍ରାମରେ ସରକାରୀ ରାସ୍ତାକୁ ଜବରଦଖଲ କରି ଘର ତିଆରିକରି ଦୀର୍ଘଦିନ ଧରି ଜବରଦଖଲ କରି ପ୍ରାୟ ୨୯ଟି ପରିବାର ରହି ଆସୁଥିଲେ । ବେନେକେଲା ଗ୍ରାମର କିଛି ଲୋକ ଗ୍ରାମ ଭିତରେ ଥିବା ରାସ୍ତା ଉପରେ ଜବରଦଖଲ କରି ଘର ତିଆରି କରୁଥିବାରୁ ବର୍ଷା ଦିନେ ବର୍ଷା ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତା ଉପରେ ଜମି ରହୁଥିଲା । ରାସ୍ତା ସଂକୀର୍ଣ୍ଣ ହେବା ସହିତ ପାଣି ନିଷ୍କାସନ ଓ ଯାନବାହାନ ଚଳାଚଳ ପାଇଁ ଅନେକ ଅସୁବିଧା ଭୋଗୁଥିଲେ । ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମରେ ଭଲ ରାସ୍ତା ତିଆରି ହୋଇପାରୁ ନଥିଲା । ବର୍ଷାପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇପାରୁନଥିଲା । ଏପରିକି ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ପାଣି ଜମାହୋଇ କୃତ୍ରିମ ବନ୍ଧ ସୃଷ୍ଟି ହେଉଥିଲା । ତେଣୁ ଗ୍ରାମବାସୀ କେସିଙ୍ଗା ତହସିଲଦାରଙ୍କୁ ସାକ୍ଷାତ କରି ଜବର ଦଖଲ ଉଚ୍ଛେଦ ପାଇଁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କସୃପଡା ଗ୍ରାମ ପଞ୍ଚାୟତର ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ଜବରଦଖଲ କରିଥିବା ୨୯ଟି ଘରକୁ ଚିହ୍ନଟ କରିବା ପରେ କେସିଙ୍ଗା ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲକାରୀଙ୍କୁ ସରକାରୀ ଜମି ଉଚ୍ଛେଦ ପାଇଁ ଦୁଇ ପର୍ଯ୍ୟାୟରେ ନୋଟିସ ପଠାଯାଇଥିଲା କିନ୍ତୁ ଜବରଦଖଲକାରୀ ନୋଟିସର କୌଣସି ଜବାବ କିମ୍ବା ଜବରଦଖଲ ନ ହଟାଇବାରୁ ଗତକାଲି ନିଜେ ତହସିଲଦାର ପ୍ରଶାନ୍ତି ପ୍ରଧାନ ସ୍ଥାନୀୟ ପୋଲିସର ସହାୟତାରେ ସରକାରୀ ରାସ୍ତା ଉପରେ ଜବର ଦଖଲ କରିଥିବା ପ୍ରାୟ ୨୯ଟି ଘରକୁ ଜେସିପି ଲଗାଇ ଭାଙ୍ଗି ଜବର ଦଖଲ ଉଚ୍ଛେଦ କରାଯାଇଥିଲା । କିନ୍ତୁ ଏଥିରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ଗ୍ରୀଷ୍ମପ୍ରବାହରେ ଘରର ଉଚ୍ଛେଦ କାରୀ ରହିବେ କେଉଁଠି ? ଏହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ । ଏହି ଉଚ୍ଛେଦ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ନେତୃତ୍ଵରେ କରାଯାଇଥିଲା ଓ କେସିଙ୍ଗା ପୋଲିସ କର୍ମଚାରୀ ଉପସ୍ଥିତରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ।

Leave A Reply

Your email address will not be published.