
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ଥାନା ସୌଜନ୍ୟରେ ଏକ ଜଳଛତ୍ର ସୋମବାର ଉଦଘାଟିତ ହୋଇଯାଇଛି । ଛତ୍ରପୁର ଥାନା ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଖୋଲାଯାଇଥିବା ଏହି ଜଳଛତ୍ର କାଉଣ୍ଟରରେ ଅନୁକୂଳ ହୋଇଥିବା ପ୍ରଥମ ଦିବସରେ ସ୍ୱାଦିଷ୍ଟ ଚହ୍ଲା ପଣା ସର୍ବସାଧାରଣଙ୍କୁ ବିତରଣ କରାଯାଇଥିଲା । ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼େଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛତ୍ରପୁର ଆଇ.ଆଇ.ସି. ସବ୍ୟସାଚୀ ମଲ୍ଲଙ୍କ ସହଯୋଗରେ ଥାନା ଷ୍ଟାଫ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।