mahavir

ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ଓଡିଶା ରାଜ୍ୟ କରାଟେ ସଂଘ ଆନୁକୂଲ୍ୟରେ ୩୭ତମ କ୍ୟାଡେଟ, ଜୁନିୟର ଏବଂ ୩୮ତମ ସବ-ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ ହୋଇଯାଇଛି । ପ୍ରତିଯୋଗିତା ତା.୨୪ରୁ ୨୬ ଅପ୍ରିଲ ତିନିଦିନ ଧରି ହୋଇଥିବା ବେଳେ ରାଜ୍ୟର ୧୭ ଗୋଟି ଜିଲ୍ଲା ଭାଗ ନେଇଥିଲେ । ବଲାଙ୍ଗିର ଜିଲ୍ଲା ଗାନ୍ଧି ଷ୍ଟାଡିୟମ ସ୍ଥିତ ବଲାଙ୍ଗିର କରାଟେ ସ୍କୁଲର ୧୩ ଜଣ କରାଟେକା ଅଂଶଗ୍ରହଣ କରି ଅନନ୍ଦିତା ସାହୁ ଓ ଅଭିପଶା ହୋତା କୁମିତିରେ ରୌପ୍ୟ, ଅଂଶୁମାନ ଧରୁଆ ଓ ଜସମିନ ସାହୁ କୁମିତିରେ କାଂସ୍ୟ ପଦକ, ଲୋକେଶ ବାଗ କାତାରେ କାଂସ୍ୟ ମୋଟ ୫ ଗୋଟି ପଦକ ହାସଲ କରି କରାଟେ ସ୍କୁଲ ଏବଂ ବଲାଙ୍ଗିର ଜିଲ୍ଲାର ନାମକୁ ଆଗେଇଛନ୍ତି । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘ ତଥା ବଲାଙ୍ଗିର କରାଟେ ସ୍କୁଲର ସଂପାଦକ ହୃଦୟ ଶବର ଓ କରାଟେ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ବିଚାରକ ଓ ରେଫରୀ କାର୍ଯ୍ୟ ତୁଳାଇଛନ୍ତି । ଏହି ଖୁସି ଖବର ପାଇ କରାଟେ ସଂଘର ସଭାପତି ଦେବଦତ୍ତ ବେହେରା, ସ୍କୁଲର ସଭାପତି ସଚିଦାନନ୍ଦ ବାଗ ଏବଂ ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.