pr

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୩ ତମ ବାର୍ଷିକ ଉତ୍ସବ ସମାରୋହ

dr. purohit
  • ସାମ୍ବାଦିକଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୩ ତମ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବଙ୍ଗୋମୁଣ୍ଡା ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଟି. କ୍ରିଷ୍ଣା ପାତ୍ର, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବଙ୍ଗୋମୁଣ୍ଡା ଅଞ୍ଚଳର ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକଙ୍କର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ । ସାମ୍ବାଦିକ ମାନଙ୍କ ସୁରକ୍ଷା, ସମ୍ମାନ, ପେନସନ ପ୍ରଦାନ ପାଇଁ ଅତିଥିମାନେ ଦାବି କରିଥିଲେ । ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରସଂଶା କରିଥିଲେ । ସାମ୍ବାଦିକମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ଠାରେ ଖବର ମାଧ୍ୟମରେ ପହଂଚାଇବା ପାଇଁ ଅତିଥିମାନେ ଆହ୍ୱାନ କରିଥିଲେ । ସଂଘର ସାଧାରଣ ସମ୍ପାଦକ ହୁଲେଶ୍ୱର ହଂସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସଂଘ ପକ୍ଷରୁ ଅତିଥିମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ । ଖବରକାଗଜ ପାଠକ ଜଗଦା ତାଣ୍ଡି, ରେଡ଼ିଓ ଶ୍ରୋତା ଭକ୍ତବନ୍ଧୁ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ରଥଙ୍କୁ ମାନପାତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ କୋଷାଧ୍ୟକ୍ଷ ଦୀପକ ଯାଦବ, ଉପସଭାପତି ଅନିଲ ତ୍ରିପାଠୀ, ଉପଦେଷ୍ଟା ଅଶୋକ ଖମାରୀ, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ଦୀପକ ପାଣିଗ୍ରାହୀ, ନିତ୍ୟାନନ୍ଦ ପୃଷେଠ ଏବଂ ସ୍ୱେଚ୍ଛାସେବୀ ଭକ୍ତବନ୍ଧୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.