
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ବେହେରା ଓ ତାଙ୍କ ସହଧର୍ମିଣୀ ରଙ୍ଗବତୀ ବେହେରା ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ଡ଼ଃ. ନାରାୟଣ ମିଶ୍ର, ହୃଷିକେଶ ଦାସ, ଆର୍ତତ୍ରାଣ ଦାସ, ରୋହିତ ଦାସ ଦାୟିତ୍ୱ ନିର୍ବାହ କରିଥିଲେ । ସ୍ଥାନୀୟ ଦେବନ୍ଧରୁ କଳସ ଆଣି ନାମଯଜ୍ଞ ସ୍ଥାନରେ ସ୍ଥାପନ କରିଥିଲେ । ସଂକୀର୍ତ୍ତନ ଗୁରୁ ଟଙ୍କଧର ଜାନୀ, ବରିଷ୍ଠ ସଂକୀର୍ତ୍ତନ ଗାୟକ ଦୁର୍ଦ୍ଦକ୍ଷ ହଂସଙ୍କ ନେତୃତ୍ୱରେ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜକ କମିଟିର ସଭାପତି ଗୁରୁଚରଣ ବେହେରା, ସମ୍ପାଦକ ଶ୍ରୀବତ୍ସ ଦାସ, କୋଷାଧ୍ୟକ୍ଷ ଡୋଳାମଣି ବେହେରା, ଆବାହକ ସୁଶାନ୍ତ ବେହେରା, ଉପ ସଭାପତି ଶମ୍ଭୁଶଙ୍କର ବେହେରା, ସନ୍ତୋଷ ବେହେରା, ସତ୍ୟ ପୁଟେଲ, ବନ ପୁଟେଲ, ମହେନ୍ଦ୍ର ଭୋଇ, ସହ ସମ୍ପାଦକ ଶରତ ବେହେରା, ଆର୍ତ୍ତତ୍ରାଣ ଦାସ, ରତ୍ନାମଣୀ ବେହେରା, ନୃପତି ବେହେରା, ଗୌରାଙ୍ଗ ବେହେରା, ପ୍ରଭୁଲାଲ ବେହେରା ପ୍ରମୁଖ କାର୍ଯ୍ୟକର୍ତ୍ତା ସୁନୀଲ ବେହେରା, କୁଶ ବେହେରା, କିଶୋର ପୁଟେଲ, ପ୍ରମୋଦ ବେହେରା, ଚିତ୍ତ ବେହେରା, ଧନିରାମ ପୁଟେଲ, ରୂପେଶ ବେହେରା, ହିତେଶ ବେହେରା, ଛନ୍ଦା ବେହେରା, ଲୋକନାଥ ପୁଟେଲ, ରତ୍ନାକର ନାଗ, କନ୍ଦର୍ପ ପୁଟେଲ, ନୃପତି ବେହେରା, ସୁଶୀଲ ବେହେରା, ନରୋତ୍ତୋମ ବେହେରାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଗାଁରେ ଦୀର୍ଘ ବର୍ଷ ପରେ ନାମଯଜ୍ଞ ହୋଇଥିବାରୁ ଗୋଟିଏ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।